୧୮ ବର୍ଷରୁ ଉର୍ଦ୍ଧ୍ବ ଦେଶର ୫୪% ଲୋକ ଅନ୍ୟୁନ ଗୋଟିଏ ଡୋଜ୍ ଟିକା ନେଇଛନ୍ତି : ସ୍ବାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ : ଦେଶର ମୋଟ ପ୍ରାପ୍ତବୟସ୍କ (୧୮ ବର୍ଷରୁ ଅଧିକ) ଜନସଂଖ୍ୟାର ପ୍ରାୟ ୫୪ ପ୍ରତିଶତ ଲୋକ ଅତି କମରେ ଗୋଟିଏ ମାତ୍ରା (ଡୋଜ୍) କରୋନା ଟିକା ନେଇଛନ୍ତି ଓ ୧୬ ପ୍ରତିଶତ ଲୋକ ଦୁଇଟି ଯାକ ମାତ୍ରା ଟିକା ନେଇଛନ୍ତି ବୋଲି ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି ଯେ, ସିକ୍କିମ, ଦାଦ୍ରା ନଗର ହାବେଳି ଓ ହିମାଚଳ ପ୍ରଦେଶରେ ୧୮ ବର୍ଷରୁ ଉର୍ଦ୍ଧ୍ବ ସବୁ ଲୋକ ଅତି କମରେ ଗୋଟିଏ ମାତ୍ରା ଟିକା ନେଇଛନ୍ତି । ସିକ୍କିମର ୩୬ ପ୍ରତିଶତ, ଦାଦ୍ରା ନଗର ହାବେଳିର ୧୮ ପ୍ରତିଶତ ଓ ହିମାଚଳ ପ୍ରଦେଶର ୩୨ ପ୍ରତିଶତ ପ୍ରାପ୍ତବୟସ୍କ ଦୁଇଟି ମାତ୍ରା ଟିକା ନେଇଛନ୍ତି ।

ଅନ୍ୟପକ୍ଷରେ କେରଳରେ ଏବେ ବି ୧ ଲକ୍ଷରୁ ଅଧିକ ସକ୍ରିୟ ଆକ୍ରାନ୍ତ ରହିଛନ୍ତି । ସେହିପରି ୪ଟି ରାଜ୍ୟ- ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡ଼ୁ ଓ ଆନ୍ଧ୍ରପ୍ରଦେଶରେ ୧୦ ହଜାରରୁ ୧ ଲକ୍ଷ ମଧ୍ୟରେ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଅବଶିଷ୍ଟ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ୧୦ ହଜାରରୁ କମ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଦେଶର ୪୨ଟି ଜିଲ୍ଲାରେ ଏବେ ଦୈନିକ ୧୦୦ରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ବୋଲି ଶ୍ରୀ ଭୂଷଣ କହିଛନ୍ତି ।

 

The post ୧୮ ବର୍ଷରୁ ଉର୍ଦ୍ଧ୍ବ ଦେଶର ୫୪% ଲୋକ ଅନ୍ୟୁନ ଗୋଟିଏ ଡୋଜ୍ ଟିକା ନେଇଛନ୍ତି : ସ୍ବାସ୍ଥ୍ୟ ମନ୍ତ୍ରାଳୟ first appeared on Sambad.

from କରୋନା | Sambad https://ift.tt/38ALzfu

Post a Comment

0 Comments