ନୂଆଦିଲ୍ଲୀ: ଦେଶରେ ୩୦,୨୫୬ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଲଗାତାର ୫ ଦିନ ଧରି ଦେଶରେ ଦୈନିକ ସଂକ୍ରମଣ ୩୦ ହଜାର ଉପରେ ରହିଛି। କେରଳ ସଂକ୍ରମଣ କମୁନି। କେରଳରେ ଗତ ୨୪ ଘଣ୍ଟାରେ ସର୍ବାଧିକ ୧୯,୬୫୩ ମାମଲା ଚିହ୍ନଟ ହୋଇଛି। ‌କେରଳରୁ ଦେଶର ନୂଆ ମାମଲାର ୬୪.୯୬ ପ୍ରତିଶତ ଚିହ୍ନଟ ହୋଇଛି। ଅନ୍ୟପକ୍ଷେ କେରଳରେ ଗତ ୨୪ ଘଣ୍ଟାରେ ସର୍ବାଧିକ ୧୫୨ ଜଣଙ୍କ ମୃତ୍ୟୁ ହୋଇଛି। ଗତ ୨୪ ଘଣ୍ଟାରେ ଦେଶରେ ସକ୍ରିୟ ମାମଲା ୧୩,୯୭୭ କମିଯାଇଛି। ଦେଶରେ ସକ୍ରିୟ ମାମଲା ଏବେ ୩,୧୮,୧୮୧। ସକ୍ରିୟ ମାମଲା ମୋଟ୍‌ ସଂକ୍ରମଣ ମାମଲାର ୦.୯୫ ପ୍ରତିଶତ। ୬ ମାସରେ ଏହା ସବୁଠୁ କମ୍‌। ଗତ ୨୪ ଘଣ୍ଟ‌ାରେ ଦେଶରେ ୪୩,୯୩୮ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଏଥିସହ ଦେଶରେ ମୋଟ୍‌ ଆରୋଗ୍ୟଙ୍କ ସଂଖ୍ୟା ୩,୨୭,୧୫,୧୦୫। ଦେଶରେ ଆରୋଗ୍ୟ ହାର ୯୭.୭୨ ପ୍ରତିଶତ।

ଦେଶରେ ସାପ୍ତାହିକ ପଜିଟିଭ୍‌ ହାର ୨.୦୭ ପ୍ରତିଶତ। ଲଗାତାର ୮୭ ଦିନ ଧରି ଦେଶରେ ସାପ୍ତାହିକ ପଜିଟିଭ୍‌ ହାର ୩ ପ୍ରତିଶତ ତଳେ ରହୁଛି। ଅନ୍ୟପ‌କ୍ଷେ ଦୈନିକ ପଜିଟିଭ୍‌ ହାର ୨.୫୭ ପ୍ରତିଶତ। ଲଗାତାର ୨୧ ଦିନ ଧରି ଦୈନିଜ ପଜିଟିଭ୍‌ ହାର ୩ ପ୍ରତିଶତ ତଳେ ରହୁଛି। ଦେଶରେ କୋଭିଡ୍‌ ମାମଲା ଚିହ୍ନଟ ପାଇଁ ଏଯାବତ୍‌ ୫୫.୩୬ କୋଟି ନମୂନା ପରୀକ୍ଷା ହୋଇଛି। ଅନ୍ୟପକ୍ଷେଚ ଟିକାକରଣ ୮୧ କୋଟି ଟପିଯାଇଛି।

The post କେରଳ ସଂକ୍ରମଣ କମୁନି: ଦେଶରେ ସକ୍ରିୟ ମାମଲା କମୁଛି, ୬ ମାସରେ ସବୁଠୁ କମ୍‌ first appeared on Sambad.

from କରୋନା | Sambad https://ift.tt/3CwwTLn