ଭୁବନେଶ୍ୱର: ରାଜ୍ୟରେ ଆଜି କରୋନା ଭାଇରସ ମହାମାରୀରୁ ୬୯୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ୨୫୪ ଜଣ ଅଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୯୯ ହଜାର ୮୫୯ରେ ପହଂଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ ଜରିଆରେ ଏହି ସୂଚନା ଦିଆଯାଇଛି।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି କଟକ ଜିଲ୍ଲାରୁ ୮୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଯାଜପୁରରୁ ୩୩, ମୟୂରଭଂଜରୁ ୨୯, ଜଗତସିଂହପୁରରୁ ୨୩, ବାଲେଶ୍ୱରରୁ ୨୧, ଢେଙ୍କାନାଳରୁ ୨୦, କେନ୍ଦ୍ରାପଡ଼ା, ସୁନ୍ଦରଗଡ଼ରୁ ୧୯-୧୯ ଜଣ, ଭଦ୍ରକରୁ ୧୭ ଓ କେନ୍ଦୁଝରରୁ ୧୬ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି।

ସେହିପରି ପୁରୀରୁ ୧୪, ସମ୍ବଲପୁରରୁ ୧୩, ବୌଦ୍ଧରୁ ୧୨, ଅନୁଗୁଳରୁ ୧୦, ଦେବଗଡ଼, ନୟାଗଡ଼ରୁ ୯-୯, ଗଂଜାମରୁ ୮, ନୂଆପଡ଼ାରୁ ୭, ବରଗଡ଼ରୁ ୬, କନ୍ଧମାଳ, ରାୟଗଡ଼ାରୁ ୪-୪, ବଲାଙ୍ଗୀରରୁ ୩, କୋରାପୁଟ, ମାଲକାନଗିରିରୁ ୨-୨, କଳାହାଣ୍ଡିରୁ ଜଣେ ଏବଂ ରାଜ୍ୟପୁଲରୁ ୫୭ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି।

The post ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୬୯୪ ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୫୪ first appeared on Sambad.

from କରୋନା | Sambad https://ift.tt/3BTLMHl