ନୂଆଦିଲ୍ଲୀ: ଦେଶରେ ଆଜି ୩୬,୪୦୧ ନୂଆ କୋଭିଡ୍‌ ସଂକ୍ରମଣ ଚିହ୍ନଟ ହୋଇଛି ଏବଂ ୫୧୩ ଜଣଙ୍କର ମୃତ୍ୟୁ ହୋଇଛି। କେରଳରେ ସର୍ବାଧିକ ୧୭୯ ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବା ବେଳେ ମହାରାଷ୍ଟ୍ରରେ ୧୫୮ ଜଣଙ୍କ ମୃତ୍ୟୁ ‌ହୋଇଛି। କେରଳ ସଂକ୍ରମଣ ଥମୁନାହିଁ ଏବଂ ଗତ ୨୪ ଘଣ୍ଟାରେ ୨୧,୪୨୭ ନୂଆ ମାମଲା ଚିହ୍ନଟ ‌ହୋଇଛି। କେରଳ ପଛକୁ ମହାରାଷ୍ଟ୍ରରେ ୫,୧୩୨ ମାମଲା ଚିହ୍ନଟ ହୋଇଥିବା ବେଳେ ତାମିଲନାଡ଼ୁରେ ୧୭୯୭, ଆନ୍ଧ୍ରପ୍ରଦେଶରେ ୧୪୩୩ ଏବଂ କର୍ଣ୍ଣାଟକରେ ୧୩୬୫ ମାମଲା ଚିହ୍ନଟ ହୋଇଛି।

ଉପରୋକ୍ତ ୫ ରାଜ୍ୟରୁ ଦେଶର ୮୫.୫୯ ପ୍ରତିଶତ ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ କେବଳ କେରଳରେ ୫୮.୮୬ ପ୍ରତିଶତ ମାମଲା ଚିହ୍ନଟ ହୋଇଛି। ଗତ ୨୪ ଘଣ୍ଟାରେ ଦେଶରେ ୩୯,୧୫୭ ଜଣ କରୋନାରୁ ସୁସ୍ଥ ହୋଇଥିବ ବେଳେ ଦେଶରେ ଆଜି ସୁଦ୍ଧା ମୋଟ ୩,୧୫ ୨୫,୦୮୦ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ସକ୍ରିୟ ମାମଲା ୩,୬୪,୧୨୯କୁ ଖସି ଆସିଛି। ସକ୍ରିୟ ମାମଲା ମୋଟ୍‌ ସଂକ୍ରମଣ ମାମଲାର ୧.୧୩ ପ୍ରତିଶତ ରହିଥିବା ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଛି । ଅନ୍ୟପକ୍ଷେ ଦେଶରେ ମୋଟ୍‌ କୋଭିଡ୍‌ ମୃତ୍ୟୁସଂଖ୍ୟ‌ା ୪,୩୩,୦୪୯କୁ ବୃଦ୍ଧି ପାଇଛି। ଦେଶରେ ଟିକାକରଣ ୫୬ କୋଟି ଟପିଯାଇଛି ଏବଂ ସାପ୍ତାହିକ ପଜିଟିଭ୍‌ ହାର ୧.୯୫ ପ୍ରତିଶତ ରହିଛି।

The post ଥମୁନି କେରଳ ସଂକ୍ରମଣ: ୫୮.୮୬% ନୂଆ ମାମଲା first appeared on Sambad.

from କରୋନା | Sambad https://ift.tt/3yd21gB