
ନୂଆଦିଲ୍ଲୀ : କୋଭିସିଲ୍ଡର ଦୁଇଟି ମାତ୍ରା ମଧ୍ୟରେ ବ୍ୟବଧାନକୁ କମାଇବାକୁ କେନ୍ଦ୍ର ସରକାର ବିଚାର କରୁଛନ୍ତି । ଏ ପ୍ରସଙ୍ଗରେ ଖୁବଶୀଘ୍ର ଟାକା ସମ୍ପର୍କିତ ଜାତୀୟ ବୈଷୟିକ ପରାମର୍ଶଦାତା କମିଟିର ବୈଠକରେ ଆଲୋଚନା କରାଯିବ । କମିଟିର ସୁପାରିଶ ଆସିବା ପରେ ସରକାର ନିଷ୍ପତ୍ତି ନେଇପାରନ୍ତି ବୋଲି ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି ।
ଚଳିତ ମାସ ପ୍ରାରମ୍ଭରେ ସରକାରଙ୍କ କୋଭିଡ୍-୧୯ କାର୍ଯ୍ୟଗୋଷ୍ଠୀର ଅଧ୍ୟକ୍ଷ ଡ.ଏନ.କେ. ଆରୋରା କହିଥିଲେ ଯେ ସରକାର ଦୁଇଟି କୋଭିସିଲଡ ମାତ୍ରା ମଧ୍ୟରେ ବ୍ୟବଧାନକୁ କମାଇବାର ସମ୍ଭାବନା ରହିଛି । ତେବେ କେବଳ ୪୦ ବର୍ଷରୁ ଅଧିକ ବୟସର ଲୋକମାନଙ୍କ ପାଇଁ ଏହି ବ୍ୟବଧାନକୁ କମାଯାଇପାରେ ବୋଲି ସେ କହିଥିଲେ ।
ଭାରତରେ କୋଭିଡ୍ ଟିକାକରଣ ଆରମ୍ଭ ହେବା ସମୟରେ ଦୁଇଟି ମାତ୍ରା କୋଭିସିଲଡ୍ ମଧ୍ୟରେ ବ୍ୟବଧାନ ୪ରୁ ୬ ସପ୍ତାହ ଥିଲା । କିନ୍ତୁ ପରେ ସରକାର ଏହି ବ୍ୟବଧାନକୁ ୧୨ରୁ ୧୬ ସପ୍ତାହକୁ ବଢାଇଦେଇଥିଲେ । କିନ୍ତୁ ସରକାରଙ୍କ ଏହି ପଦକ୍ଷେପକୁ ନେଇ ବିରୋଧୀ ଦଳମାନେ ପ୍ରଶ୍ନ ଉଠାଇଥିଲେ । ଦେଶରେ ଟିକା ଅଭାବକୁ ଲୁଚାଇବାକୁ ସରକାର ଏହି ପଦକ୍ଷେପ ନେଇଥିଲେ ବୋଲି ବିରୋଧୀ ଦଳମାନେ ଅଭିଯୋଗ କରିଥିଲେ । କିନ୍ତୁ ବିଶେଷଜ୍ଞଙ୍କ ସୁପାରିଶ କ୍ରମେ ଏହି ନିଷ୍ପତ୍ତି ନିଆଯାଇଥିଲା ବୋଲି ସରକାର ସେତେବେଳେ କହିଥିଲେ । ଏବେ ସରକାର ପୁଣି ବ୍ୟବଧାନ କମାଇବାକୁ ନିଷ୍ପତ୍ତି ନେଲେ ତାହାକୁ ନେଇ ବିବାଦ ଉଠିବାର ସମ୍ଭାବନା ରହିଛି ।
The post କମିପାରେ କୋଭିସିଲଡ୍ ଟିକାର ଦୁଇଟି ମାତ୍ରା ମଧ୍ୟରେ ବ୍ୟବଧାନ, ନିଷ୍ପତ୍ତି ଖୁବଶୀଘ୍ର first appeared on Sambad.from କରୋନା | Sambad https://ift.tt/3my3tb5
0 Comments