
ଭୁବନେଶ୍ୱର: ରାଜ୍ୟରେ ଆଜି କରୋନା ଭାଇରସ୍ ସଂକ୍ରମଣରୁ ୭୬୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୯୧ ଜଣ ଅଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୮୮ ହଜାର ୮୫୪ରେ ପହଂଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି କଟକ ଜିଲ୍ଲାରୁ ୭୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ବାଲେଶ୍ୱରରୁ ୫୧, ମୟୂରଭଂଜରୁ ୪୨, ଜଗତସିଂହପୁର, କେନ୍ଦ୍ରାପଡ଼ାରୁ ୩୭-୩୭, ଅନୁଗୁଳରୁ ୩୨, ଯାଜପୁର, ପୁରୀରୁ ୨୪-୨୪, ଭଦ୍ରକରୁ ୨୨ ଓ ନୟାଗଡ଼ରୁ ୧୬ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି।
ସେହିଭଳି ସୁନ୍ଦରଗଡ଼ରୁ ୯, ଢେଙ୍କାନାଳ, କନ୍ଧମାଳରୁ ୭-୭, ଗଂଜାମରୁ ୬, ଦେବଗଡ଼ରୁ ୫, କଳାହାଣ୍ଡି, କେନ୍ଦୁଝରରୁ ୩-୩, ବଲାଙ୍ଗୀର, ଗଜପତି, କୋରାପୁଟ, ରାୟଗଡ଼ାରୁ ୨ଜଣ ଲେଖାଏଁ, ବୌଦ୍ଧ, ମାଲକାନଗିରି, ନୂଆପଡ଼ାରୁ ଜଣେ ଲେଖାଏଁ ଏବଂ ରାଜ୍ୟପୁଲରୁ ୬୦ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି।
The post ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୭୬୪ ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୯୧ first appeared on Sambad.from କରୋନା | Sambad https://ift.tt/3gB0niG
0 Comments