ନୂଆଦିଲ୍ଲୀ: ଗତକାଲି ଆଫଗାନିସ୍ତାନରୁ ସ୍ଥାନାନ୍ତରିତ ହୋଇ ଦିଲ୍ଲୀରେ ପହଞ୍ଚିଥିବା ୮୭ଜଣଙ୍କ ମଧ୍ୟରୁ ୧୬ଜଣ କରୋନାଭାଇରସ୍ ପଜିଟିଭ୍ ହୋଇଥିବା ଜଣାପଡ଼ିଛି। ସତର୍କତାମୂଳକ ପଦକ୍ଷେପସ୍ବରୂପ ଉକ୍ତ ୭୮ଜଣଙ୍କୁ ‘କ୍ବାରେଣ୍ଟିନ୍’ରେ ରଖାଯାଇଛି।
ପଜିଟିଭ୍ ହୋଇଥିବା ୧୬ଜଣ ଆଫଗାନିସ୍ତାନ ଫେରନ୍ତା ହେଉଛନ୍ତି ଲକ୍ଷଣବିହୀନ ରୋଗୀ। ସେମାନଙ୍କ ଶରୀରରେ ଭୂତାଣୁ ସଂକ୍ରମିତ ହୋଇଥିବାର କୌଣସି ଉପସର୍ଗ ଦେଖିବାକୁ ମିଳିନାହିଁ। ସଂକ୍ରମିତ ୧୬ଜଣଙ୍କ ମଧ୍ୟରେ ଅଛନ୍ତି କାବୁଲରୁ ଶିଖ୍ ପବିତ୍ର ଧର୍ମଗ୍ରନ୍ଥ ନେଇ ଭାରତକୁ ପ୍ରତ୍ୟାବର୍ତ୍ତନ କରିଥିବା ତିନିଜଣ ଗ୍ରନ୍ଥି। ମଙ୍ଗଳବାର ସକାଳେ ଦିଲ୍ଲୀ ବିମାନ ବନ୍ଦରରେ ଉକ୍ତ ପବିତ୍ର ଧର୍ମଗ୍ରନ୍ଥଗୁଡ଼ିକୁ କେନ୍ଦ୍ରମନ୍ତ୍ରୀ ହରଦୀପ ପୁରୀ ଗ୍ରହଣ କରିଥିବା ସହ ଗୋଟିକୁ ସସମ୍ମାନ ନିଜ ମୁଣ୍ଡରେ ବୋହି ଆଣିଥିଲେ।
ସୂଚନାଯୋଗ୍ୟ, ଆଫଗାନିସ୍ତାନରେ ଗତସପ୍ତାହରେ ତାଲିବାନ ଅଚାନକ କ୍ଷମତା ଅକ୍ତିଆର କରିବା ପରେ ନିରାପତ୍ତା ପରିସ୍ଥିତି ନିମ୍ନଗାମୀ ହେବା କାରଣରୁ ସେଠାରେ ଥିବା ଭାରତୀୟ ତଥା ଆଫଗାନ ନାଗରିକମାନଙ୍କୁ ସ୍ଥାନାନ୍ତରଣ କରିବା ଲାଗି ଭାରତ ଆଗଭର ହୋଇ ଉଦ୍ୟମ ଚଳାଇଛି।
ଏପର୍ଯ୍ୟନ୍ତ ୨୨୮ଜଣ ଭାରତୀୟ ନାଗରିକଙ୍କ ସମେତ ଆଫଗାନିସ୍ତାନରୁ ସମୁଦାୟ ୬୨୬ଜଣଙ୍କ ସ୍ଥାନାନ୍ତରଣ କରାଯାଇଥିବା କଥା କେନ୍ଦ୍ରମନ୍ତ୍ରୀ ହରଦୀପ ପୁରୀ ସୂଚନା ଦେଇଛନ୍ତି। ସେ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ, ସ୍ଥାନାନ୍ତରିତ ଜନତାଙ୍କ ମଧ୍ୟରୁ ୭୭ଜଣ ହେଉଛନ୍ତି ଶିଖ୍। କିନ୍ତୁ, ସେଠାକାର ଭାରତୀୟ ଦୂତାବାସରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ସ୍ଥାନାନ୍ତରଣ କରାଯାଇ ନାହିଁ।
The post ଆଫଗାନିସ୍ତାନରୁ ସ୍ଥାନନ୍ତରିତ ହୋଇ ଗତକାଲି ଦିଲ୍ଲୀରେ ପହଞ୍ଚିଥିବା ୭୮ଜଣଙ୍କ ମଧ୍ୟରୁ ୧୬ଜଣ କୋଭିଡ୍ ପଜିଟିଭ୍ first appeared on Sambad.from କରୋନା | Sambad https://ift.tt/38dLL45
0 Comments