ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର ପହିଲାରୁ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ କୋଭିଡ୍‌ ଗାଇଡଲାଇନ୍‌କୁ ଦୃଷ୍ଟିରେ ରଖି ଆରମ୍ଭ ହେବା ପୂର୍ବରୁ ବିଧାୟକ ଓ ଅଧିକାରୀ ମାନଙ୍କର ଆରଟିପିସିଆର୍‌ ପରୀକ୍ଷା ହେବ। ବିଧାୟକମାନଙ୍କ ଗାଡ଼ି ଡ୍ରାଇଭରମାନଙ୍କ ମଧ୍ୟ ଆରଟିପିସିଆର ପରୀକ୍ଷା ହେବ। ଯେଉଁମାନଙ୍କର ନମୁନା ନେଗେଟିଭ୍‌ ଆସିବ, ସେମାନଙ୍କୁ ବିଧାନସଭାକୁ ଅନୁମତି ମିଳିବ।

ସୂଚନାଯୋଗ୍ୟ, ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ଆସନ୍ତା ସେପ୍ଟେଟର ୧ ତାରିଖରୁ ଆରମ୍ଭ ହେବ। ଏହା ୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଅଧିବେଶନରେ ମୋଟ୍‌ ୮ଟି କାର୍ଯ୍ୟଦିବସ ରହିଛି। ୫ ତାରିଖରେ ରବିବାର ଛୁଟି ରହିଛି। ଗୋଟିଏ ଦିନ ଅର୍ଥାତ ୩ ତାରିଖରେ ପ୍ରାଇଭେଟ୍‌ ମେମ୍ବର୍ସ ବିଜ୍ନେସ୍‌ ରଖାଯାଇଛି। ଷୋଡ଼ଶ ବିଧାନସଭାର ଏହି ସପ୍ତମ ଅଧିବେଶନ ପାଇଁ ଚଳିତ ମାସ ୧୬ ତାରିଖରେ ବିଧିବଦ୍ଧ ବିଜ୍ଞପ୍ତି ଜାରି କରାଯାଇଛି। ମୌସୁମୀ ଅଧିବେଶନରେ ମଧ୍ୟ ପୂର୍ବ ପରି କୋଭିଡ୍‌ ଗାଇଡଲାଇନ୍‌ ମଧ୍ୟରେ ଗୃହ ପରିଚାଳିତ ହେବ।

The post ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ପୂର୍ବରୁ ବିଧାୟକଙ୍କ ହେବ ଆରଟିପିସିଆର୍‌ ପରୀକ୍ଷା first appeared on Sambad.

from କରୋନା | Sambad https://ift.tt/3gbvnpl