
ଭୁବନେଶ୍ୱର: ରାଜ୍ୟରେ ଆଜି କରୋନା ଭାଇରସ ମହାମାରୀରୁ ୧୦୦୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ୩୭୪ ଜଣ ଆକ୍ରାନ୍ତ ଅଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୮୨ ହଜାର ୩୧୯ରେ ପହଂଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ ଜରିଆରେ ଏହି ସୂଚନା ଦିଆଯାଇଛି।
ଆଜି କଟକ ଜିଲ୍ଲାରୁ ୧୩୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ବାଲେଶ୍ୱରରୁ ୫୯, ପୁରୀରୁ ୪୮, କେନ୍ଦ୍ରାପଡ଼ାରୁ ୩୯, ଯାଜପୁରରୁ ୩୩, ମୟୂରଭଂଜରୁ ୩୦, ଜଗତସିଂହପୁରରୁ ୨୯, ଅନୁଗୁଳ, ନୟାଗଡ଼ରୁ ୨୩-୨୩ ଓ ସମ୍ବଲପୁରରୁ ୨୦ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି।
ସେହିପରି କେନ୍ଦୁଝରରୁ ୧୨, ଭଦ୍ରକ, ଢେଙ୍କାନାଳରୁ ୧୦-୧୦, ଝାରସୁଗୁଡ଼ା, ରାୟଗଡ଼ାରୁ ୯-୯, କନ୍ଧମାଳ, ମାଲକାନଗିରିରୁ ୮-୮, ଗଂଜାମ, କଳାହାଣ୍ଡିରୁ ୫-୫, ବଲାଙ୍ଗୀର, ଗଜପତି, ନବରଂଗପୁର, ସୁନ୍ଦରଗଡ଼ରୁ ୪ ଜଣ ଲେଖାଏଁ, ବରଗଡ଼, କୋରାପୁଟ, ନୂଆପଡ଼ା, ସୁବର୍ଣ୍ଣପୁରରୁ ୩ ଜଣ ଲେଖାଏଁ, ଦେବଗଡ଼ରୁ ୨ ଜଣ, ବୌଦ୍ଧରୁ ଜଣେ ଏବଂ ରାଜ୍ୟପୁଲରୁ ୮୧ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି।
The post ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୧୦୦୩ ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଳାରୁ ସର୍ବାଧିକ ୩୭୪ first appeared on Sambad.from କରୋନା | Sambad https://ift.tt/3j0tzBh
0 Comments