
ନୂଆଦିଲ୍ଲୀ: ଦେଶରେ ୩୦,୯୪୧ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ୩୫୦ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଗତକାଲି ତୁଳନାରେ ସଂକ୍ରମଣ ମାମଲାରେ ୨୭.୯ ପ୍ରତିଶତ ହ୍ରାସ ହୋଇଛି। ଦେଶରେ ମୋଟ୍ ସଂକ୍ରମଣ ମାମଲା ୩,୨୭,୬୮,୮୮୦ ରହିଥିବା ବେଳେ ସକ୍ରିୟ ମାମଲା ୩,୭୦,୬୪୦ ରହିଛି। ସକ୍ରିୟ ମାମଲା ମୋଟ୍ ସଂକ୍ରମଣ ମାମଲାର ମାତ୍ର ୧.୧୩ ପ୍ରତିଶତ। ୫ ରାଜ୍ୟ କେରଳ, ମହାରାଷ୍ଟ୍ର, ତାମିଲନାଡ଼ୁ, ମିଜୋରାମ ଏବଂ କର୍ଣ୍ଣାଟକରେ ସର୍ବାଧିକ ୮୭.୩୧ ପ୍ରତିଶତ ମାମଲା ଚିହ୍ନଟ ହୋଇଥିବା ବେଳେ କେରଳରେ ୬୩.୪୨ ପ୍ରତିଶତ ମାମଲା ରହିଛି। ଗତ ୨୪ ଘଣ୍ଟାରେ କେରଳରେ ସର୍ବାଧିକ ୧୯,୬୨୨ ମାମଲା ଚିହ୍ନଟ ହୋଇଥିବା ବେଳେ କେରଳ ପରେ ମହାରାଷ୍ଟ୍ରରେ ୩,୭୪୧, ତାମିଲନାଡ଼ୁରେ ୧୫୨୩, ମିଜୋରାମରେ ୧୧୫୭ ଏବଂ କର୍ଣ୍ଣାଟକରେ ୯୭୩ ମାମଲା ଚିହ୍ନଟ ହୋଇଛି।
ଗତକାଲି କେରଳରେ ସର୍ବାଧିକ ୧୩୨ ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବା ବେଳେ ଓଡ଼ିଶାରେ ୬୭ ଜଣଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟପକ୍ଷେ ଗତ ୨୪ ଘଣ୍ଟାରେ ୩୬,୨୭୫ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଦେଶରେ ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା ୩,୧୯,୫୯,୬୮୦କୁ ବୃଦ୍ଧି ପାଇଛି। ଦେଶରେ ଆରୋଗ୍ୟ ହାର ୯୭.୫୩ ପ୍ରତିଶତ। ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁଯାୟୀ ଦେଶରେ ସାପ୍ତାହିକ ପଜିଟିଭ୍ ହାର ଏବେ ୨.୫୧ ପ୍ରତିଶତ। ଲଗାତାର ୬୭ ଦିନ ଧରି ଦେଶରେ ସାପ୍ତାହିକ ପଜିଟିଭ୍ ହାର ୩ ପ୍ରତିଶତ ତଳେ ରହିଛି। ଅନ୍ୟପକ୍ଷେ ଦୈନିକ ପଜିଟିଭ୍ ହାର ୨.୨୨ ପ୍ରତିଶତ ରହିଛି। ଏଯାବତ ଦେଶରେ ୫୨,୧୫,୪୧,୦୯୮ ନମୂନା ପରୀକ୍ଷା ହେଲାଣି। ଗତ ୨୪ ଘଣ୍ଟାରେ ୧୩,୯୪,୫୭୩ ନମୂନା ପରୀକ୍ଷା ହୋଇଛି।
The post ଦୈନିକ ସଂକ୍ରମଣରେ ୨୭.୯% ହ୍ରାସ first appeared on Sambad.from କରୋନା | Sambad https://ift.tt/38soNq7
0 Comments