ଭୁବନେଶ୍ୱର: ରାଜ୍ୟରେ ଆଜି କରୋନା ଭାଇରସ ସଂକ୍ରମଣରୁ ୧୧୬୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୮୦ ଜଣ ଅଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୭୯ ହଜାର ୪୦୭ରେ ପହଂଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ ଜରିଆରେ ଏହି ସୂଚନା ଦିଆଯାଇଛି।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ କଟକ ଜିଲ୍ଲାରେ ଆଜି ୧୫୧ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି। ପୁରୀରୁ ୬୯, ବାଲେଶ୍ୱରରୁ ୫୮, ଯାଜପୁରରୁ ୫୬, ନୟାଗଡ଼ରୁ ୫୨, ମୟୂରଭଂଜରୁ ୩୫, କେନ୍ଦ୍ରାପଡ଼ାରୁ ୩୧, ଅନୁଗୁଳରୁ ୨୬ ଓ ରାୟଗଡ଼ାରୁ ୨୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସେହିପରି ସୁନ୍ଦରଗଡ଼ରୁ ୧୯, କେନ୍ଦୁଝରରୁ ୧୮, ଭଦ୍ରକ, ଢେଙ୍କାନାଳ, କନ୍ଧମାଳରୁ ୧୬ ଜଣ ଲେଖାଏଁ, ମାଲକାନଗିରିରୁ ୯, ବରଗଡ଼ରୁ ୭, କୋରାପୁଟରୁ ୬, ବଲାଙ୍ଗୀରରୁ ୫, ଝାରସୁଗୁଡ଼ାରୁ ୪, ଗଜପତି, ଗଂଜାମ, ସମ୍ବଲପୁରରୁ ୩ ଜଣ ଲେଖାଏଁ, ବୌଦ୍ଧ, ନୂଆପଡ଼ା, ସୁବର୍ଣ୍ଣପୁରରୁ ୨ ଜଣ ଲେଖାଏଁ ଓ ଦେବଗଡ଼ରୁ ଜଣେ କରୋନାରୁ ସୁସ୍ଥ ହୋଇଛନ୍ତି।

The post ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୧୧୬୭ ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୮୦ first appeared on Sambad.

from କରୋନା | Sambad https://ift.tt/3iSBdOd