ଭୁବନେଶ୍ବର: ଜୁଲାଇ ୨୧ ତାରିଖର ପିଆଇବି ବୁଲେଟିନ ଅନୁସାରେ ଦେଶର ୧୨ ପ୍ରତିଶତ ଶିଶୁ କରୋନା ସଂକ୍ରମିତ ହେଉଛନ୍ତି। ଶିଶୁଙ୍କ ସିଭିଅରିଟି କମ୍ ରହିଛି। ସଂକ୍ରମଣ ଉପରମୁଁହା ହେଲେ କୌଣସି ଲହର ଆସିଲା ବୋଲି ଜଣାପଡ଼ିବ। ଏବେ ସେମିତି ଅବସ୍ଥା ନାହିଁ ବୋଲି ଡିଏମଇଟି ଡାକ୍ତର ସିବିକେ ମହାନ୍ତି କହିଛନ୍ତି।

ସେ କହିଛନ୍ତି,୧୮ ବର୍ଷରୁ ଅଧିକ ଲୋକ ପ୍ରାୟତଃ ସମସ୍ତେ ଟିକା ନେଇ ସାରିଲେଣି। ତେଣୁ ଏବେ ଶିଶୁଙ୍କୁ ସଂକ୍ରମଣ ହେବାର ଅଧିକ ସମ୍ଭାବନା ରହିଛି। ଏଥିଲାଗି ଶିଶୁଙ୍କୁ ସୁରକ୍ଷିତ ପରିସରରେ ରଖିବାକୁ ପଡ଼ିବ। ଅଭିଭାବକ ଓ ଶିକ୍ଷକ ଅଧିକ ସତର୍କ ରହିବା ସହ ସାନିଟାଇଜ ରହିବା ଆବଶ୍ୟକ। ଆଗକୁ ୧୮ ବର୍ଷରୁ କମ୍ ବର୍ଷ ବୟସର ଶିଶୁଙ୍କ ସଂକ୍ରମଣ ସଂଖ୍ୟା ବଢିବାର ସମ୍ଭାବନା ରହିଛି।

The post ଆଗକୁ ୧୮ ବର୍ଷରୁ କମ୍ ବୟସ୍କ ଶିଶୁଙ୍କ ସଂକ୍ରମଣ ସଂଖ୍ୟା ବଢିବାର ସମ୍ଭାବନା ରହିଛି: ଡିଏମଇଟି first appeared on Sambad.

from କରୋନା | Sambad https://ift.tt/3shtWKQ