ଭୁବନେଶ୍ୱର: ତୃତୀୟ ଲହରର ମୁକାବିଲା ପାଇଁ ପ୍ରସ୍ତୁତି ଜାରି ରହିଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ଦ୍ବିତୀୟ ଲହରେ ଦୈନିକ ସଂକ୍ରମଣ ହାରାହାରି ୧୦-୧୨ ହଜାର ଥିଲ। କେନ୍ଦ୍ର ସରକାର ଏକ ଆକଳନ ଦେଇଛନ୍ତି। ତୃତୀୟ ଲହରର ଦୈନିକ ସଂକ୍ରମଣ ହାରାହାରି ୧୦ ହଜାର ହେବ। ୧୨ ପ୍ରତିଶତ ପିଲା ସଂକ୍ରମିତ ହେବେ। ଏଥିରୁ ମାତ୍ର ୫ ପ୍ରତିଶତ ହସ୍ପିଟାଲାଇଜେସନ ହେବ। ୧୯ ହଜାର ପର୍ଯ୍ୟନ୍ତ ପିକ୍ ହୋଇପାରେ। ଦ୍ବିତୀୟ ଲହରର ସଂଖ୍ୟାକୁ ଦୃଷ୍ଟିରେ ରଖି ତୃତୀୟ ଲହର ପାଇଁ ପ୍ରସ୍ତୁତି କରାଯାଉଛି। ତୃତୀୟ ଲହରରେ ୬୦୦ ବେଡ ଆବଶ୍ୟକ ପଡ଼ିପାରେ, କିନ୍ତୁ ୩୦୦୦ ବେଡ ପାଇଁ ସରକାର ପ୍ରସ୍ତୁତ ହୋଇଛନ୍ତି। ଓମତା ବଢ଼ାଇବା ବନ୍ଦୋବସ୍ତ ହେଉଛି। ଆଇସିୟୁ, ଅକ୍ସିଜେନ ବେଡ, ଜିଲ୍ଲାରେ ଟେଷ୍ଟିଂ କ୍ଷମତା, ଅକ୍ସିଜେନ ଇକୋସିଷ୍ଟମ ସବୁ ବଢ଼ାଇବା ପାଇଁ ବ୍ୟବସ୍ଥା କରାଯାଉଛି। ସବୁ ଜିଲ୍ଲାରେ ଅକ୍ସିଜେନ ପ୍ଲାନ ବସେଇବା କାର୍ଯ୍ୟ ଚାଲିଛି। ଶିଶୁଙ୍କ ପାଇଁ ସବୁ ଜିଲ୍ଲାରେ ଆଇସିୟୁ ଅକ୍ସିଜେନେଟେଡ ବେଡ ବଢ଼େଇବା ପାଇଁ ବ୍ୟବସ୍ଥା ମଧ୍ୟ ହେଉଛି। ଟାର୍ଗେଟେଡ ଟେଷ୍ଟ କରାଯାଉଛି। ଆଇସିଏମଆର ଗାଇଡଲାଇନ ଅନୁସାରେ ଲକ୍ଷଣ ଥିବା ବ୍ୟକ୍ତି, ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଲୋକ, ହାଇରିସ୍କ ଗ୍ରୁପ, ବାହାରୁ ଆସୁଥିବା ବ୍ୟକ୍ତି, ହସ୍ପିଟାଲକୁ ଆସୁଥିବା ଲୋକ ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଟେଷ୍ଟ ଟାର୍ଗେଟ ରହିଛି।
ଏଣେ ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବ ଅଜିତ କୁମାର ମହାନ୍ତି କହିଛନ୍ତି, ଯଦି ବି ପିକ୍ ସମୟରେ ୧୯ ହଜାର ସଂକ୍ରମିତ ହୁଅନ୍ତି, ସରକାର ଏହାର ମୁକାବିଲା ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ମାନବସମ୍ବଳ, ଲାବ ପ୍ରସ୍ତୁତି,ଔଷଧ ପାଇଁ ପ୍ରସ୍ତୁତ ହୋଇଯାଇଛି। ତୃତୀୟ ଲହର ପାଇଁ ଟାସ୍କ ଫୋର୍ସ ଗଠନ କରାଯାଇଛି। ପ୍ରସ୍ତୁତିକୁ ସମୀକ୍ଷା କରିବା, କିଛି ଆବଶ୍ୟକ ଥିଲେ ଅବଗତ କରାଇବା, କେଉଁଠି ମାନବ ସମ୍ବଳ ଆବଶ୍ୟକ, କେଉଁଠି ଔଷଧ ଆବଶ୍ୟକ ସେ ନେଇ ତଦାରଖ କରିବ କମିଟି। ବର୍ତ୍ତମାନ ରାଜ୍ୟରେ ପ୍ଲାଟ୍ୟୁ ସ୍ଥିତି ଗଲାଣି, ଡେକାଲାଇନ ସ୍ଥିତି ଅଛି। ବର୍ତ୍ତମାନ ରାଜ୍ୟରେ ଦ୍ବିତୀୟ ଲହର ସମ୍ପୂର୍ଣ୍ଣ ଶେଷ ହୋଇନି। ୧୮ ବର୍ଷରୁ କମ୍ ପିଲାଙ୍କ ସଂଖ୍ୟା ସାମାନ୍ୟ ବଢ଼ୁଥିଲେ ବି ତୃତୀୟ ଲହର କୁହାଯାଇପାରିବନି। ବିଭିନ ଷ୍ଟଡି ଆସୁଛି। ଗତକାଲି ‘ହୁ’ର ଏକ୍ସପର୍ଟ କହିଛନ୍ତି, ତୃତୀୟ ଲହର ଆସିବନି। ଆମକୁ କୋଭିଡ ସହିତ ବଞ୍ଚିବା ଶିଖିବାକୁ ପଡ଼ିବ। ଏହା ଅନ୍ୟ ଫ୍ଲୁ ପରି ହୋଇଯିବ। ବିଭିନ୍ନ ଷ୍ଟଡି ଭିନ୍ନ ଭିନ୍ନ କଥା କହୁଛନ୍ତି।

 

The post ତୃତୀୟ ଲହରର ମୁକାବିଲା ପାଇଁ ପ୍ରସ୍ତୁତି ଜାରି ରହିଛି: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ first appeared on Sambad.

from କରୋନା | Sambad https://ift.tt/3gzBOTm