ତୃତୀୟ ଲହର ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଭୁବନେଶ୍ୱର ଏମ୍ସ: ନିର୍ଦ୍ଦେଶିକା

ଭୁବନେଶ୍ୱର: ତୃତୀୟ ଲହର ପାଇଁ ଭୁବନେଶ୍ୱର ଏମ୍ସ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି ବୋଲି ଏହାର ନିର୍ଦ୍ଦେଶିକା ଡାକ୍ତର ଗୀତାଞ୍ଜଳି ବି କହିଛନ୍ତି। ତାଙ୍କର କହିବା ଅନୁଯାୟୀ, ଭୁବନେଶ୍ୱର ଏମ୍ସରେ ଶିଶୁଙ୍କ ପାଇଁ ୨ ଟି ୱାର୍ଡରେ ୬୦ ଟି ବେଡ ସହ ୭ଟି ଆଇସିୟୁ ପ୍ରସ୍ତୁତ ଅଛି। ଯଦି ଆବଶ୍ୟକ ହୁଏ ଆଗକୁ ଆଇସିୟୁ ସଂଖ୍ୟା ବଢିପାରେ। ଶିଶୁ ଙ୍କ ପାଇଁ ସମସ୍ତ ମେଡ଼ିସିନ ମହଜୁଦ ଥିବା ସହ ଡାକ୍ତର ଓ ନର୍ସଙ୍କୁ ସ୍ୱତନ୍ତ୍ର ତାଲିମ ଦିଆଯାଇଛି।
କରୋନା ମହାମାରୀର ତୃତୀୟ ଲହର ୧୮ ବର୍ଷରୁ କମ ପିଲା ଅଧିକ ସଂକ୍ରମିତ ହେବାର ଆଶଙ୍କା ଥିବାରୁ ଅଧିକ ଚ୍ୟାଲେଞ୍ଜ ରହିଛି। ତଥାପି ଭୁବନେଶ୍ୱର ଏମ୍ସ ସବୁ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିଥିବା କହିଛନ୍ତି ଏମ୍ସର ନିର୍ଦେଶିକା। ଯଦି କୌଣସି ଶିଶୁ କୋଭିଡ ପଜିଟିଭ ହୋଇ ଏମ୍ସରେ ଭର୍ତ୍ତି ହୁଅନ୍ତି, ତାଙ୍କ ସହ ତାଙ୍କ ପରିବାରର ଜଣକୁ ରହିବା ପାଇଁ ଅନୁମତି ମଧ୍ୟ ଦିଆଯିବ। ଜନ୍ମ ହେବାକୁ ଯାଉଥିବା ଶିଶୁ ଓ ମାର ଅଧିକ ଯତ୍ନ ନିଆଯିବ। ଦୁଇଟି ଇକମୋ ମେସିନ ମଧ୍ୟ ରହିଛି। ଆବଶ୍ୟକ ପଡ଼ିଲେ ତାକୁ ମଧ୍ୟ ବ୍ୟବହାର କରାଯିବ ବୋଲି ସେ କହିଛନ୍ତି।

The post ତୃତୀୟ ଲହର ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଭୁବନେଶ୍ୱର ଏମ୍ସ: ନିର୍ଦ୍ଦେଶିକା first appeared on Sambad.

from କରୋନା | Sambad https://ift.tt/3ylsqIO

Post a Comment

0 Comments