ନୂଆଦିଲ୍ଲୀ : ସଂକ୍ରମଣ ବଢ଼ିବା ସହ ଏବେ ଟେଷ୍ଟିଂ ଉପରେ ଅଧିକ ଗୁରୁତ୍ବ ଦିଆଯାଉଛି। କେଉଁ ରାଜ୍ୟ କେତେ ଟେଷ୍ଟ୍‌ କରୁଛି ତା’ ଉପରେ ନଜର ରହିଛି। ତଥ୍ୟ ଅନୁଯାୟୀ କେରଳ କେବଳ ସଂକ୍ରମଣରେ ଆଗରେ ନାହିଁ, ଟେଷ୍ଟିଂରେ ମଧ୍ୟ ଏହା ଆଗରେ ରହିଛି। କେରଳରେ ପ୍ରତି ୧୦ ଲକ୍ଷରେ ସାପ୍ତାହିକ ହାରାହାରି ଟେଷ୍ଟ୍‌ ୪,୫୮୭ ରହୁଛି। ଅନ୍ୟପକ୍ଷେ ରାଜସ୍ଥାନରେ ପ୍ରତି ୧୦ ଲକ୍ଷରେ ସର୍ବନିମ୍ନ ୩୭୮ ଟେଷ୍ଟ୍‌ ହେଉଛି।

ପଶ୍ଚିମବଙ୍ଗ, ହରିୟାଣା, ମଧ୍ୟପ୍ରଦେଶ ଏବଂ ଗୁଜରାଟରେ ବି ପ୍ରତି ୧୦ ଲକ୍ଷରେ ଟେଷ୍ଟିଂ ୧୦୦୦ ତଳେ ରହୁଛି। ତେବେ ସବୁଠୁ ବଡ଼ ରାଜ୍ୟମାନଙ୍କରେ ପ୍ରତି ୧୦ ଲକ୍ଷରେ ହାରାହାରି ଟେଷ୍ଟ୍‌ ୩ ହଜାର ତଳେ ରହୁଛି। ତେବେ ଆସାମ ଏବଂ ଦିଲ୍ଲୀରେ ପ୍ରତି ୧୦ ଲକ୍ଷରେ ଟେଷ୍ଟିଂ ୩,୫୬୩ ଏବଂ ୩,୩୩୬ ରହିଛି। ୧୪ ବଡ଼ ରାଜ୍ୟରେ ପ୍ରତି ୧୦ ଲକ୍ଷରେ ଟେଷ୍ଟିଂ ୨୦୦୦ ତଳେ ରହିଛି। ଅନ୍ୟପକ୍ଷେ ୫ଟି ରାଜ୍ୟରେ ପ୍ରତି ୧୦ ଲକ୍ଷରେ ‌ଟେଷ୍ଟ୍‌ ୧୦୦୦ ତଳେ ରହୁଛି। ବିହାରରେ ‌ପ୍ରତି ୧୦ ଲକ୍ଷରେ ଟେଷ୍ଟିଂ ୧୧୯୬ ଥିବାବେଳେ ଉତ୍ତରପ୍ରଦେଶରେ ଏହା ୧୦୫୨ ରହିଛି।

The post ପ୍ରତି ୧୦ ଲକ୍ଷରେ କୋଭିଡ ଟେଷ୍ଟ୍‌: କେରଳ ଶୀର୍ଷରେ, ରାଜସ୍ଥାନ ସବୁଠୁ ପଛରେ first appeared on Sambad.

from କରୋନା | Sambad https://ift.tt/3lsx44Z