ନୂଆଦିଲ୍ଲୀ: ଦେଶରେ ଜାରି ରହିଥିବା ଟିକାକରଣ କାର୍ଯ୍ୟକ୍ରମ ଆଗକୁ ଆହୁରି ତ୍ବରାନ୍ବିତ ହେବ। ସରକାର ଆମେରିକୀୟ କମ୍ପାନି ଫାଇଜରଠାରୁ କୋଭିଡ୍‌ ଟିକାର ୫ କୋଟି ମାତ୍ରା କିଣିବା ପାଇଁ ଆଲୋଚନା ଜାରି ରଖିଛନ୍ତି। ଏଥିପାଇଁ ଫାଇଜର ଏବଂ ଏହାର ଜର୍ମାନୀ ଅଂଶୀଦାର ବାୟୋଏନ୍‌ଟେକ୍‌ ସହିତ ଆଲୋଚନା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ଜଣାପଡ଼ିଛି । ତେବେ ସରକାର କିମ୍ବା ଫାଇଜର ପକ୍ଷରୁ ଏ ନେଇ କୌଣସି ଆନୁଷ୍ଠାନିକ ବୟାନ ଦିଆଯାଇନାହିଁ। ଆମେରିକା ସମେତ ୧୧୬ଟି ରାଷ୍ଟ୍ର ଫାଇଜର ଟିକାକୁ ମଂଜୁରି ଦେଇଥିବା ବେଳେ ଏହି ଟିକାର ସାଂଘାତିକ ପାର୍ଶ୍ବପ୍ରତିକ୍ରିୟା ନେଇ ଏ ପର୍ଯ୍ୟନ୍ତ କୌଣସି ରିପୋର୍ଟ ନାହିଁ।

The post ଟିକାକରଣ ତ୍ବରାନ୍ବିତ ହେବ, ଫାଇଜର ଟିକାର ୫ କୋଟି ଡୋଜ୍‌ କିଣିବାକୁ ଯୋଜନା first appeared on Sambad.

from କରୋନା | Sambad https://ift.tt/2UdmLGR