ଭୁବନେଶ୍ବର: ପାର୍ବଣ ଋତୁ ପାଇଁ ଆସିବ ନୂଆ ଗାଇଡଲାଇନ। ଯଦିଓ ରାଜ୍ୟରେ ଦୈନିକ ସଂକ୍ରମଣ ଏବେ ନିୟନ୍ତ୍ରଣରେ ଅଛି, ହେଲେ ଆଗକୁ ସ୍ଥିତି ବିଗିଡ଼ିବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପାର୍ବଣ ଋତୁ ପାଇଁ ନୂଆ ଗାଇଡଲାଇନ ଆଣିବେ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। ସେ କହିଛନ୍ତି କେରଳରେ ବହୁଦିନ ହେବ ସଂକ୍ରମଣ ହାର ଅଧିକ ରହିଛି । ଜାତୀୟ ସ୍ତରରେ ଯେତିକି ସଂକ୍ରମଣ ବୃଦ୍ଧି ପାଉଛି ସେଥିରେ କେରଳରେ ଅଧିକ ରହୁଛି। ତାକୁ ତୃତୀୟ ଲହର ବୋଲି ମଧ୍ୟ କହିପାରିବା। ଓନମ ପର୍ବ ଯୋଗୁ କେରଳରେ ସଂକ୍ରମଣ ବୃଦ୍ଧି ପାଇଛି। ତେଣୁ ସେଥିରୁ କିଛି ଶିଖିବା ଦରକାର।
ପାର୍ବଣ ଋତୁରେ କୋଭିଡ ଗାଇଡଲାଇନ ମାନି ଚଳିବା ଆବଶ୍ୟକ। ରାଜ୍ୟରେ ଯେପରି ସଂକ୍ରମଣ ନିୟନ୍ତ୍ରଣରେ ରହିବ, ରୋଗୀ ଗୁରୁତର ନ ହେବେ, ସେଥିପାଇଁ ସର୍ଭିଲାନ୍ସ ଜାରି ରହିଥିବା କହିଛନ୍ତି ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ। ମନିଟରିଂ ମଧ୍ୟ କରାଯାଉଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ପାର୍ବଣ ପାଇଁ କଟକଣା ଜାରି ରଖିବା ଲାଗି ରାଜ୍ୟମାନଙ୍କୁ କୁହାଯାଇଛି। ରାଜ୍ୟ ସରକାର ଏହା ଉପରେ ନଜର ରଖିଛନ୍ତି। ସବୁ ତଥ୍ୟକୁ ଆଧାର କରି ସେପ୍ଟେମ୍ବର ମାସରେ ନୂଆ କୋଭିଡ ଗାଇଡଲାଇନ ଆସିବ ବୋଲି କହିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ ବିଜୟ ମହାପାତ୍ର।

The post ପାର୍ବଣ ଋତୁ ପାଇଁ ଆସିବ ନୂଆ ଗାଇଡଲାଇନ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ first appeared on Sambad.

from କରୋନା | Sambad https://ift.tt/3Ds8aZS