ନୂଆଦିଲ୍ଲୀ: ଭାରତରେ ଏକକ ଡୋଜ୍‌ କୋଭିଡ୍-୧୯ ଟିକାର ଜରୁରୀକାଳୀନ ବ୍ୟବହାର ସ୍ବୀକୃତି ଲାଗି ନିର୍ମାତା ‘ଜନ୍‌ସନ୍‌ ଆଣ୍ଡ୍‌ ଜନ୍‌ସନ୍’ ଆବେଦନ କରିଥିବା କଥା ଶୁକ୍ରବାର ଦିନ ଜାରି ଏକ ବିଧିବଦ୍ଧ ବିବୃତିରେ କହିଛି।

ବିବୃତିରେ ଉଲ୍ଲେଖ ଅଛି, ଏକକ ଡୋଜ୍‌ କୋଭିଡ୍‌-୧୯ ଟିକାର ଜରୁରୀକାଳୀନ ବ୍ୟବହାର ସ୍ବୀକୃତି ଲାଗି ୨୦୨୧ ଅଗଷ୍ଟ ୫ ତାରିଖ ଦିନ ‘ଜନ୍‌ସନ୍‌ ଆଣ୍ଡ୍‌ ଜନ୍‌ସନ୍’ ଭାରତ ସରକାରଙ୍କୁ ଆବେଦନ କରିଛି।

ନୈଦାନିକ ପରୀକ୍ଷାରେ ଥିବା ଏହି ଏକକ ଡୋଜ୍‌ ଟିକା ଗୁରୁତର ସଂକ୍ରମଣ ପ୍ରତିରୋଧ କରିବାରେ ୮୫% ଫଳପ୍ରଦ ହେଉଛି ବୋଲି ‘ଜନ୍‌ସନ୍‌ ଆଣ୍ଡ୍‌ ଜନ୍‌ସନ୍’ ଦାବି କରିଛି। କୋଭିଡ୍‌-୧୯ ସଂକ୍ରମଣଜନିତ ଡାକ୍ତରଖାନାରେ ଭର୍ତ୍ତି ହେବା ଏବଂ ମୃତ୍ୟୁ ବିପକ୍ଷରେ ମଧ୍ୟ ଏହି ଟିକା ସୁରକ୍ଷା ଦେଉଥିବା ଜଣାପଡ଼ିଛି।

Image Courtesy of Mint

‘ଜନ୍‌ସନ୍‌ ଆଣ୍ଡ୍‌ ଜନ୍‌ସନ୍’ ଆହୁରି ମଧ୍ୟ କହିଛି ଯେ, ‘ଗ୍ଲୋବାଲ୍‌ ଚେନ୍‌ ସପ୍ଲାଏ ନିମନ୍ତେ ‘ବାୟୋଲୋଜିକାଲ୍‌ ଇ’ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଭାରତବାସୀଙ୍କ ପାଇଁ ଆମଦ୍ବାରା ନିର୍ମିତ ଏକକ ଡୋଜ୍‌ କୋଭିଡ୍‌-୧୯ ଟିକା ପାଇଁ ପଥ ଉନ୍ମୁକ୍ତ କରିବା ଗୁରୁତ୍ବପୂର୍ଣ୍ଣ କଥା। ବିଶ୍ବର ବାକି ରାଷ୍ଟ୍ରମାନଙ୍କୁ ଏହା ‘ବାୟୋଲୋଜିକାଲ୍‌ ଇ’ ସହଯୋଗିତା ଭତ୍ତିରେ ଯିବ।

ଆମ କୋଭିଡ୍‌-୧୯ ଟିକାର ଉପଲବ୍ଧତା ବୃଦ୍ଧି କରି ମହାମାରୀର ଅବସାନ ଘଟାଇବାରେ ସହଯୋଗ କରିବା ଲାଗି ଭାରତ ସରକାରଙ୍କ ସହ ଆମର ଆଲୋଚନା ପରିସମାପ୍ତି କରିବୁ ବୋଲି ଚାହିଁ ବସିଛୁ ବୋଲି ‘ଜନ୍‌ସନ୍‌ ଆଣ୍ଡ୍‌ ଜନ୍‌ସନ୍’ କହିଛି।

The post ଭାରତରେ ଏକକ ଡୋଜ୍‌ କୋଭିଡ୍-୧୯ ଟିକାର ଜରୁରୀକାଳୀନ ବ୍ୟବହାର ସ୍ବୀକୃତି ଲାଗି ଆବେଦନ କଲା ‘ଜନ୍‌ସନ୍‌ ଆଣ୍ଡ୍‌ ଜନ୍‌ସନ୍’ first appeared on Sambad.

from କରୋନା | Sambad https://ift.tt/3lDxINo