
କେନ୍ଦୁଝର : କେନ୍ଦୁଝର ଜିଲ୍ଲାରେ କରୋନାରେ ବୁଧବାର ପୁଣି ଦୁଇଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୧୪୫ରେ ପହଞ୍ଚିଛି।
ବୁଧବାର ଘଟଗାଁ ବ୍ଲକ୍ର ଜଣେ ୫୧ ବର୍ଷୀୟ ବ୍ୟକ୍ତି ଓ ବାଂଶପାଳ ବ୍ଲକ୍ର ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ସେହିପରି ୧୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୦ ହଜାର ୫୩୪ରେ ପହଞ୍ଚିଛି। ୨୦ ହଜାର ୨୭୦ଜଣ ସୁସ୍ଥ ହୋଇଥିବାବେଳେ ୧୧୯ଜଣ ଚିକିତ୍ସିତ ହେଉଛନ୍ତି। ଆନନ୍ଦପୁର ପୌରାଞ୍ଚଳରୁ ଜଣେ, ଘସିପୁରା ବ୍ଲକ୍ରୁ ଦୁଇଜଣ, ଘଟଗାଁ ବ୍ଲକ୍ରୁ ଦୁଇଜଣ, ଯୋଡ଼ା ବ୍ଲକ୍ରୁ ଜଣେ, ଯୋଡ଼ା ପୌରାଞ୍ଚଳରୁ ଜଣେ, କେନ୍ଦୁଝରଗଡ଼ ପୌରାଞ୍ଚଳରୁ ୩ଜଣ, ତେଲକୋଇ ବ୍ଲକ୍ରୁ ଦୁଇଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
The post କେନ୍ଦୁଝର: କରୋନାରେ ପୁଣି ୨ ମୃତ, ମୃତ୍ୟୁ ସଂଖ୍ୟା ୧୪୫ରେ ପହଞ୍ଚିଲା first appeared on Sambad.from କରୋନା | Sambad https://ift.tt/2VE3nUl
0 Comments