ନୂଆଦିଲ୍ଲୀ : ଦେଶରେ ଗତ ୨୪ ଘଣ୍ଟାରେ ୪୨,୯୦୯ କୋଭିଡ୍‌ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ୩୮୦ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ୫ ରାଜ୍ୟ କେରଳ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ ଏବଂ କର୍ଣ୍ଣାଟକରେ ଦୈନିକ ସଂକ୍ରମଣ ମାମଲାର ୯୦.୫୫ ପ୍ରତିଶତ ଚିହ୍ନଟ ହୋଇଛି। ଅନ୍ୟପକ୍ଷେ କେରଳରେ ନୂଆ ମାମଲାର ପାଖାପାଖି ୭୦ ପ୍ରତିଶତ ଚିହ୍ନଟ ହୋଇଛି। କେରଳ‌ରେ ୨୯,୮୩୬ ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ମହାରାଷ୍ଟ୍ରରେ ୪,୬୬୬, ଆନ୍ଧ୍ରପ୍ରଦେଶରେ ୧୫୫୭, ତାମିଲନାଡ଼ୁରେ ୧୫୩୮ ଏବଂ କର୍ଣ୍ଣାଟକରେ ୧୨୬୨ ମାମଲା ଚିହ୍ନଟ ହୋଇଛି। ଅନ୍ୟପକ୍ଷେ ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ସର୍ବାଧିକ ୧୩୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କେରଳରେ ୭୫ ଜଣଙ୍କ ମୃତ୍ୟୁ ହୋଇଛି। ଦେଶରେ ଆରୋଗ୍ୟ ହାର ୯୭.୫୧ ପ୍ରତିଶତକୁ ଖସି ଆସିଛି।

ଦେଶରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୩.୨୭ କୋଟିରେ ପହଞ୍ଚିଥିବା ବେଳେ ମୃତ୍ୟୁସଂଖ୍ୟା ୪,୩୮,୨୧୦କୁ ବୃଦ୍ଧି ପାଇଛି। ଲଗାତାର ୬ ଦିନ ଧରି ଦେଶରେ ସକ୍ରିୟ ମାମଲା ବଢ଼ିଛି। ଦେଶରେ ସକ୍ରିୟ ମାମଲା ଏବେ ୩,୭୬,୩୨୪ ରହିଛି ଏବଂ ଏହା ମୋଟ୍‌ ସଂକ୍ରମଣ ମାମଲାର ୧.୧୫ ପ୍ରତିଶତ। ଦେଶରେ ଦୈନିକ ପଜିଟିଭ୍‌ ହାର ୩.୦୨ ପ୍ରତିଶତ । ୩୫ ଦିନ ପରେ ଦେଶରେ ଦୈନିକ ପଜିଟିଭ୍‌ ହାର ୩ ପ୍ରତିଶତରୁ ଅଧିକ ରହିଛି। ଅନ୍ୟପକ୍ଷେ ସାପ୍ତାହିକ ପଜିଟିଭ୍‌ ହାର ୨.୪୧ ପ୍ରତିଶତ ରହିଛି। ଲଗାତାର ୬୬ ଦିନ ଧରି ଦେଶରେ ସାପ୍ତାହିକ ପଜିଟିଭ୍‌ ହାର ୩ ପ୍ରତିଶତ ତଳେ ରହିଥିବା ବେଳେ କୋଭିଡ୍‌ ମୃତ୍ୟୁହାର ୧.୩୪ ପ୍ରତିଶତ ରହିଛି ।

The post ୫ ରାଜ୍ୟରୁ ୯୦ ପ୍ରତିଶତ ସଂକ୍ରମଣ, କେବଳ କେରଳରେ ୭୦ ପ୍ରତିଶତ first appeared on Sambad.

from କରୋନା | Sambad https://ift.tt/2WDOAcG