
ଭୁବନେଶ୍ୱର : ଗତ ୨୪ ଘଣ୍ଟା ମଧ୍ୟରେ ରାଜଧାନୀରେ ୧୭୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୬ ହଜାର ୭୩୨ ରେ ପହଞ୍ଚିଛି। ଗତକାଲି ୨୯୩ ଜଣ ଚିହ୍ନଟ ହୋଇଥିବା ବେଳେ ଆଜି ସଂଖ୍ୟା ଯଥେଷ୍ଟ ପରିମାଣରେ କମିଛି। କିନ୍ତୁ ଏଥିରେ ୨୧ ଜଣ ଶିଶୁ ରହିଛନ୍ତି। ଗତକାଲି ୧୭ ଜଣ ଶିଶୁ ଥିବା ବେଳେ ଆଜି ସଂଖ୍ୟା ବଢ଼ିଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ଶିଶୁଙ୍କ ସଂଖ୍ୟା ବଢ଼ିବା ଚିନ୍ତାଜନକ ହୋଇଛି। ପୂର୍ବରୁ ୩ରୁ ୫ ପ୍ରତିଶତ ରହୁଥିବା ଶିଶୁ ସଂକ୍ରମଣ ହାର ଆଜି ୧୨ ପ୍ରତିଶତରେ ପହଞ୍ଚିଛି। ଅନ୍ୟପଟେ ଆକ୍ରାନ୍ତଙ୍କ ତୁଳନାରେ ସୁସ୍ଥଙ୍କ ସଂଖ୍ୟା ବଢ଼ୁଥିବାରୁ ସକ୍ରିୟା ଆକ୍ରାନ୍ତଙ୍କ ସଂଖ୍ୟା କମିଛି। ଗତକାଲି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩୩୪୪ ଦର୍ଶାଯାଇଥିବା ବେଳେ ଆଜି ୩୨୫୫ ଦର୍ଶାଯାଇଛି। ତେବେ ୩ ଦିନ ହେବ ସ୍ଥିର ରହିଥିବା ମୃତ୍ୟୁ ସଂଖ୍ୟା ଗତ ୨୪ ଘଣ୍ଟା ମଧ୍ୟରେ ୪ ରହିଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ଆଜି ଚିହ୍ନଟ ୧୭୩ ଆକ୍ରାନ୍ତଙ୍କ ମଧ୍ୟରୁ ପୁରୁଣା ଭୁବନେଶ୍ବରରୁ ସର୍ବାଧିକ ୯ ଜଣ, ରସୁଲଗଡ଼ରୁ ୮ ଜଣ, ଖଣ୍ଡଗିରିରୁ ୭ ଜଣ ଓ ୟୁନିଟ୍-୧ରୁ ୬ ଜଣ ଚିହ୍ନଟ ହୋଇଛନ୍ତି।
The post ୧୭୩ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ୨୧ ଶିଶୁ first appeared on Sambad.from କରୋନା | Sambad https://ift.tt/3kAyQPK
0 Comments