
ଵାସିଂଟନ: ବିଶ୍ୱ ବ୍ୟାପୀ କରୋନା ମହାମାରୀ ଅସଂଖ୍ୟ ଲୋକଙ୍କ ଜୀବନ ନେଇଛି। ଆମେରିକା ବୈଦେଶିକ ବ୍ୟାପାର କମିଟିର ବରିଷ୍ଠ ରିପବ୍ଲିକାନ୍ ପ୍ରତିନିଧି ମାଇକେଲ୍ ଏମସି କ୍ଲାଉଲଙ୍କ ରିପୋର୍ଟ ଅନୁସାରେ କରୋନା ମହାମାରୀ ଏକ ଜେନେଟିକ୍ ରୂପାନ୍ତରିତ ଭୂତାଣୁ ଅଟେ ଏବଂ ଏହା ଚୀନ୍ର ଉହାନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିରୁ ଲିକ୍ ହୋଇଥିଲା।ଏହି ମହାମାରୀ ଭୂତାଣୁର ଉତ୍ପତ୍ତି ବିଷୟରେ ଏକ ନୂତନ ତଥ୍ୟ ମିଳିଛି | ଆମେରିକାର ବୈଦେଶିକ ବ୍ୟାପାର କମିଟିରେ ରିପବ୍ଲିକାନ ସାଂସଦଙ୍କ ନେତୃତ୍ୱରେ ଏକ ୮୪ ପୃଷ୍ଠାର ଡକ୍ୟୁମେଣ୍ଟରେ ଜିଓପି ଦର୍ଶାଇଛି ଯେ ୨୦୧୯ ସେପ୍ଟେମ୍ବର ୧୨ ପୂର୍ବରୁ ଚୀନର ଉହାନ ଲ୍ୟାବରୁ ଲିକ୍ ହୋଇଥିବା ଭାଇରସ୍ ପାଇଁ ବିଶ୍ବରେ ୪,୨୪୭,୯୬୦ ଜଣ ପ୍ରାଣ ହରାଇଲେଣି।
ଗତକାଲି ପ୍ରକାଶିତ ରିପୋର୍ଟ ଅନୁସାରେ ଏହି ଭୂତାଣୁ ଉହାନ ଇନଷ୍ଟିଚୁଟ ଅଫ ଭାଇରୋଲୋଜି ଲ୍ୟାବରୁ ଲିକ୍ ହୋଇଥିବା ବେଳେ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ କମ୍ୟୁନିଷ୍ଟ ପାର୍ଟି ଏହାର ପ୍ରମାଣକୁ ଲୁଚାଇଥିଲେ। ଏହି ଭୂତାଣୁ ଏକ ଜେନେଟିକ ମ୍ୟୁଟାଣ୍ଟର କ୍ରମ ଅଟେ ଯାହା ୨୦୧୨ ରୁ ୨୦୧୫ ମଧ୍ୟରେ ତିଆରି କାରାଯାଇଥିଲା। ରିପୋର୍ଟରେ ଏମସି କାଉଲ କହିଛନ୍ତି ଯେ ଉହାନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି ଜୁଲାଇ ୨୦୧୯ରେ ବିପଜ୍ଜନକ ବର୍ଜ୍ୟବସ୍ତୁର ନିଷ୍କାସନ ପାଇଁ ୧.୫ ମିଲିୟନ୍ ଡଲାରର ଏକ ବ୍ୟୟ ଅଟକଳ ଅନୁରୋଧ କରିଥିଲା ଯାହାକି ଅତ୍ୟନ୍ତ ସନ୍ଦେହଜନକ। ଏହା ପରେ ଭାଇରସ୍ ବ୍ୟାପିଥିଲା ଏବଂ ଉହାନର ଡାକ୍ତରଖାନାଗୁଡିକରେ ରୋଗୀ ସଂଖ୍ୟା ଅପ୍ରତ୍ୟାଶିତ ଭାବେ ବଢ଼ିଚାଲିଲା। ଏହାକୁ ଲୁଚାଇବା ପାଇଁ ଚୀନ୍ ସରକାର ଏହାର କାରଣକୁ ନିମୋନିଆ ବୋଲି ଦର୍ଶାଇ ଥିଲେ ଏବଂ ପରବର୍ତ୍ତୀ ସମୟରେ ସମଗ୍ର ବିଶ୍ବକୁ ଏହା ସଂଚରି ଗଲା।
The post ଉହାନ୍ ଲ୍ୟାବ୍ରୁ ହିଁ କରୋନାଭାଇରସ୍ ଲିକ୍ ହୋଇଥିଲା: ଆମେରିକା first appeared on Sambad.from କରୋନା | Sambad https://ift.tt/3ft4c9f
0 Comments