
ନୂଆଦିଲ୍ଲୀ: ଭାରତରେ କରୋନାର ତୃତୀୟ ଲହରକୁ ନେଇ ଆଶଙ୍କା ଭିତରେ ଦୈନିକ ସଂକ୍ରମଣ ମାମଲା ୨ ଦିନ ଧରି ୪୦ ହଜାରରୁ କମ୍ ରହିବା ଆଶ୍ବସ୍ତିର କାରଣ ହୋଇଛି । ଏହା ସହିତ କରୋନାରୁ ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା ମଧ୍ୟ ବଢ଼ିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ସୂଚନା ମୁତାବକ ଆଜି ସକାଳ ୮ଟା ସୁଦ୍ଧା ବିଗତ ୨୪ ଘଣ୍ଟାରେ ୩୯,୦୭୦ ମାମଲା ସାମ୍ନାକୁ ଆସିଥିବା ବେଳେ ଏହି ସମୟରେ ୪୯୧ ଜଣ କରୋନାରେ ପ୍ରାଣ ହରାଇଛନ୍ତି। ଦେଶରେ ଆରୋଗ୍ୟ ହାର ଆଜି ୯୭.୩୯ ପ୍ରତିଶତକୁ ବୃଦ୍ଧି ପାଇଛି। ଦେଶରେ ଏବେ ମୋଟ ସକ୍ରିୟ ମାମଲା ୪.୦୬,୮୨୨ ଥିବା ବେଳେ ଆଜି ସୁଦ୍ଧା ମୋଟ୍ ୩,୧୦,୯୯,୭୭୧ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି।
ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩,୧୯,୩୪,୪୫୫ରେ ପହଞ୍ଚିଛି। ଏବେ କରୋନା ମୃତ୍ୟୁ ହାର ୧.୩୪ ପ୍ରତିଶତ ରହିଛି। କେରଳରେ ସଂକ୍ରମଣ ସ୍ଥିତି ଆଜି ମଧ୍ୟ ଉଦ୍ବେଗଜନକ ରହିଛି। ଗତ ୨୪ ଘଣ୍ଟାରେ ପ୍ରାୟ ୧୯ ହଜାର ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ପଜିଟିଭିଟି ରେଟ୍ ୧୩.୮୭% ରହିଛି। ହରିୟାଣା ସରକାର ରାଜ୍ୟରେ ସଂକ୍ରମଣ ନିୟନ୍ତ୍ରଣ ପାଇଁ ଜାରି ରହିଥିବା କଟକଣାକୁ ଅଗଷ୍ଟ ୨୩ ପର୍ଯ୍ୟନ୍ତ ବଢ଼ାଇଛନ୍ତି। ଜମ୍ମୁ କାଶ୍ମୀରରେ ସଂକ୍ରମଣ ବଢ଼ୁଥିବାରୁ ସରକାର ନୂଆ କଟକଣା ଲାଗୁ କରିଛନ୍ତି ଏବଂ ଏହାକୁ କଡ଼ାକଡ଼ି ପାଳନ କରାଯିବା ଉପରେ ଗୁରୁତ୍ବ ଦିଆଯାଇଛି।
The post ଆରୋଗ୍ୟ ହାର ୯୭.୩୯%କୁ ବୃଦ୍ଧି, ଦୁଇ ଦିନ ଧରି ସଂକ୍ରମଣ ୪୦ ହଜାର ତଳେ first appeared on Sambad.from କରୋନା | Sambad https://ift.tt/3jHkIUq
0 Comments