ଭୁବନେଶ୍ବର : ଶନିବାର ରାଜଧାନୀରେ ୨୭୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯଦିଓ ସଂକ୍ରମଣ କମ୍‌ ରହିଛି, କିନ୍ତୁ ଶୁକ୍ରବାର ଭଳି ଶନିବାର ମଧ୍ୟ ଶିଶୁ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି। ଶନିବାର ସଙ୍ଗରୋଧ କେନ୍ଦ୍ରରୁ ସବୁଠାରୁ ଅଧିକ ଶିଶୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସ୍ଥାନୀୟ ସଂକ୍ରମଣରୁ ୮ ଚିହ୍ନଟ ହୋଇଥିବା ବେଳେ ସଙ୍ଗରୋଧ କେନ୍ଦ୍ରରୁ ୧୩ ଶିଶୁ ଚିହ୍ନଟ ହୋଇଛନ୍ତି। ଏଭଳି ମୋଟ ୨୧ କରୋନା ଆକ୍ରାନ୍ତ ଶିଶୁ ଚିହ୍ନଟ ହୋଇଛନ୍ତି।

ଗତକାଲି ୧୭ ଶିଶୁ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଅପରପକ୍ଷେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୫ ହଜାର ୨୭୫ରେ ପହଞ୍ଚିଛି। ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩୩୭୯ ରହିଛି। ଗତକାଲି ମୃତ୍ୟୁ ସଂଖ୍ୟା ଶୂନ ଦର୍ଶାଯାଇଥିବା ବେଳେ ଶନିବାର ମଧ୍ୟ ଶୂନ ରହିଛି। ଶନିବାର ଚିହ୍ନଟ ୨୭୫ ଆକ୍ରାନ୍ତଙ୍କ ମଧ୍ୟରୁ ପଟିଆରୁ ସର୍ବାଧିକ ୧୭ଜଣ ଚିହ୍ନଟ ହୋଇଥିବା ବେଳେ ନୂଆପଲ୍ଲୀରୁ ୧୪, ଖଣ୍ଡଗିରିରୁ ୧୩ ଓ ଝାରପଡ଼ାରୁ ୧୦ଜଣ ଚିହ୍ନଟ ହୋଇଛନ୍ତି।

The post ଆଉ ୨୭୫ କରୋନା ଆକ୍ରାନ୍ତ ଚିହ୍ନଟ, ବଢ଼ୁଛି ଶିଶୁ ଆକ୍ରାନ୍ତଙ୍କ ସଂଖ୍ୟା first appeared on Sambad.

from କରୋନା | Sambad https://ift.tt/3D83kRh