
ନୂଆଦିଲ୍ଲୀ: ଭାରତରେ ଆଜି ସୁଦ୍ଧା କୋଭିଡ୍ ଆରୋଗ୍ୟଙ୍କ ସଂଖ୍ୟା ୩,୧୫,୯୭,୯୮୨ରେ ପହଞ୍ଚିଛି ଏବଂ ଆରୋଗ୍ୟ ହାର ୯୭.୫୪ ପ୍ରତିଶତକୁ ବୃଦ୍ଧି ପାଇଛି। ଗତକାଲି ତୁଳନାରେ ଦେଶରେ ଦୈନିକ ସଂକ୍ରମଣରେ ମଧ୍ୟ ୫.୭ ପ୍ରତିଶତ ହ୍ରାସ ହୋଇଛି। ଗତ ୨୪ ଘଣ୍ଟାରେ ଦେଶରେ ୩୪,୪୫୭ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ୩୭୫ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ସକ୍ରିୟ ମାମଲା ମୋଟ୍ ସଂକ୍ରମଣ ମାମଲାର ୧.୧୨ ପ୍ରତିଶତ ରହିଛି ଏବଂ ୨୪ ଘଣ୍ଟାରେ ଦେଶରେ ୩୬,୩୪୭ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି।
ଏହା ମାର୍ଚ୍ଚ ୨୦୨୦ ପରେ ସର୍ବାଧିକ। ଦେଶରେ ସାପ୍ତାହିକ ପଜିଟିଭ୍ ହାର ୧.୯୮ ପ୍ରତିଶତ ଥିବା ବେଳେ ଲଗାତାର ୫୭ ଦିନ ଧରି ଦେଶରେ ସାପ୍ତାହିକ ପଜିଟିଭ୍ ହାର ୩ ପ୍ରତିଶତ ତଳେ ରହିଛି। ଦେଶରେ ଟିକାକରଣ ପ୍ରକ୍ରିୟା ମଧ୍ୟ ତ୍ବରାନ୍ବିତ ହୋଇଛି। ତେବେ ଦୁଇଟି ଡୋଜ୍ ନେଇସାରିଥିବା ଲୋକଙ୍କୁ ବୁଷ୍ଟର୍ ଡୋଜ୍ ପ୍ରଦାନ ନେଇ ଏମ୍ସ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ କହିଛନ୍ତି ଯେ କେତେକ ଦେଶ ବୁଷ୍ଟର ଡୋଜ୍କୁ ଅନୁମୋଦନ କରିଥିଲେ ମଧ୍ୟ ଏ ବାବଦରେ ପର୍ଯ୍ୟପ୍ତ ତଥ୍ୟ ଉପଲବ୍ଧ ନାହିଁ। କେଉଁମାନେ ବୁଷ୍ଟର୍ ଡୋଜ ଗ୍ରହଣ କରିବେ ସେ ନେଇ ମଧ୍ୟ ବିଶ୍ବବ୍ୟାପୀ ଗବେଷଣା ଜାରି ରହିଛି ବୋଲି ସେ କହିଛନ୍ତି। ୨୦୨୨ ପ୍ରାରମ୍ଭରେ ଏ ବାବଦରେ ଅଧିକ ତଥ୍ୟ ଉପଲବ୍ଧ ହୋଇପାରିବ ବୋଲି ଡ. ଗୁଲେରିଆ ମତ ରଖିଛନ୍ତି।
The post କୋଭିଡ୍ ଆରୋଗ୍ୟ ହାର ୯୭.୫୪% first appeared on Sambad.from କରୋନା | Sambad https://ift.tt/3mnr2Dq
0 Comments