ଭୁବନେଶ୍ୱର: ରାଜ୍ୟରେ ଆଜି କରୋନା ଭାଇରସ୍‌ ସଂକ୍ରମଣରୁ ୭୬୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୨୭ ଜଣ ଅଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୯୩ ହଜାର ୨୩୫ରେ ପହଂଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ୍‌ ଜରିଆରେ ଏହି ସୂଚନା ଦିଆଯାଇଛି।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ କଟକ ଜିଲ୍ଲାରୁ ଆଜି ୮୮ ଜଣ, ବାଲେଶ୍ୱରରୁ ୪୬, ଯାଜପୁରର୩୨, ଜଗତସିଂହପୁରରୁ ୨୬, ମୟୂରଭଂଜରୁ ୨୨, ସମ୍ବଲପୁରରୁ ୧୮, କେନ୍ଦୁଝରରୁ ୧୭, ଅନୁଗୁଳରୁ ୧୫, ନୟାଗଡ଼ରୁ ୧୪ ଓ ବରଗଡ଼, ଭଦ୍ରକ, ସୁନ୍ଦରଗଡ଼ରୁ ୧୨ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି।

ସେହିପରି ଦେବଗଡ଼, ଢେଙ୍କାନାଳ, ପୁରୀରୁ ୧୦ ଜଣ ଲେଖାଏଁ, କଳାହାଣ୍ଡିରୁ ୭, ରାୟଗଡ଼ାରୁ ୬, ଗଂଜାମ, ଝାରସୁଗୁଡ଼ା, କନ୍ଧମାଳ, କେନ୍ଦ୍ରାପଡ଼ାରୁ ୩ ଜଣ ଲେଖାଏଁ, ବଲାଙ୍ଗୀର, କୋରାପୁଟ, ମାଲକାନଗିରିରୁ ୨ ଜଣ ଲେଖାଏଁ, ନୂଆପଡ଼ାରୁ ଜଣେ ଓ ରାଜ୍ୟପୁଲରୁ ୫୯ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି।

The post ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୭୬୨ ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୨୭ first appeared on Sambad.

from କରୋନା | Sambad https://ift.tt/38s8YzL