ଭୁବନେଶ୍ବର: ଏବେ ରାଜଧାନୀରେ କରୋନା ସଂକ୍ରମଣ ସ୍ଥିର ରହିଛି। ଗତ କିଛି ଦିନ ହେଲାଣି ସଂକ୍ରମିତଙ୍କ ସଂଖ୍ୟା ୨୦୦ଭିତରେ ରହୁଛି। ଆଜି ରାଜ୍ୟ ରାଜଧାନୀରେ ଗତ ୨୪ ଘଣ୍ଟା ମଧ୍ୟରେ ୨୦୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୫୫ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।

ଚିହ୍ନଟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୬୧ଜଣ ଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୩୯ଜଣ ରହିଛନ୍ତି। ଏଯାବତ ରାଜଧାନୀରୁ ୧୦୬୯୩୨ଜଣ ଚିହ୍ନଟ ହୋଇଥିବା ବେଳେ ୧୦୨୭୧୭ଜଣ କରୋନାରେ ସଂକ୍ରମିତ ସୁସ୍ଥ ହୋଇଥିବା ଭୁବନେଶ୍ବର ମହାନଗର ନିଗମ ସୂଚନା ଦେଇଛି। ଏବେ ବି ଭୁବନେଶ୍ବରରେ ୩୧୯୯ଜଣ ସକ୍ରିୟ କରୋନା ଆକ୍ରାନ୍ତ ଥିବା ବେଳେ ୯୯୫ଜଣଙ୍କର ମୃତ୍ୟୁ ହୋଇଛି। ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଏବେ ବି ଆମକୁ ସତର୍କ ରହିବା ସହିତ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ଅବଲମ୍ବନ କରିବାକୁ ସରକାର ପରାମର୍ଶ ଦେଇଛନ୍ତି।

The post ଗତ ୨୪ ଘଣ୍ଟାରେ ଭୁବନେଶ୍ବରରୁ ୨୦୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ first appeared on Sambad.

from କରୋନା | Sambad https://ift.tt/38pn8lj