
ଭୁବନେଶ୍ବର: ରାଜ୍ୟରେ ସାଢ଼େ ୧୪ଲକ୍ଷ ଲୋକ ଏବେ ଦ୍ବିତୀୟ ଡୋଜ୍ ଅପେକ୍ଷାରେ ରହିଛନ୍ତି। ଯାହାକି ଟିକା ଅପେକ୍ଷାରେ ରହିଥିବା ଲୋକସଂଖ୍ୟାର ୨୩ ପ୍ରତିଶତ। ବିଶେଷକରି ଆଦିବାସୀ ବହୁଳ ଅଞ୍ଚଳ ଗୁଡ଼ିକରେ ଅଧିକ ସଂଖ୍ୟାରେ ଲୋକ ଟିକା ଅପେକ୍ଷାରେ ରହିଛନ୍ତି। ଏହାସହ ଆସନ୍ତା ଗୁରୁ ଦିବସ ପୂର୍ବରୁ ସମସ୍ତ ସରକାରୀ ଓ ଘରୋଇ ଶିକ୍ଷକ ଓ ସେମାନଙ୍କ ପରିବାରକୁ ପ୍ରାଥମିକତା ଭିତ୍ତିରେ ଟିକା ଦେବା ଲାଗି ନିର୍ଦେଶ ଦିଆଯାଇଛି। ତେଣୁ ଜିଲ୍ଲାସ୍ତରରେ ସ୍ବତନ୍ତ୍ର ଭାବେ ଟିକାକରଣ ଅଧିବେଶନ ଆୟୋଜିତ କରିବା ସହିତ ଦ୍ବିତୀୟ ଡୋଜ୍ ହିତାଧିକାରୀ ଓ ଶିକ୍ଷକମାନଙ୍କୁ ଟିକା ଦେବା ଲାଗି ଜିଲ୍ଲାମାନଙ୍କ ପକ୍ଷରୁ ନିର୍ଦେଶ ଦିଆଯାଇଛି।
ରାଜ୍ୟରେ ଏ ପର୍ଯ୍ୟନ୍ତ ୨.୭ କୋଟି ଡୋଜ୍ ଟିକା ଦିଆଗଲାଣି। ଏଥିରେ ୧.୬କୋଟି ପ୍ରଥମ ଓ ୫୦ଲକ୍ଷ ଦ୍ବିତୀୟ ଡୋଜ୍ ଟିକା ନେଇ ସାରିଲେଣି। ତେବେ ଆହୁରି ସାଢ଼େ ୧୪ଲକ୍ଷ ଦ୍ବିତୀୟ ଡୋଜ୍ ଅପେକ୍ଷାରେ ରହିଛନ୍ତି। ମାଲାକାନାଗିରିରେ ସର୍ବାଧିକ ୪୬ ପ୍ରତିଶତ, ନବରଙ୍ଗପୁର ୪୩, ବୌଦ୍ଧ, ଦେବଗଡ଼ରେ ୪୦, କନ୍ଧମାଳ ୩୮, କେନ୍ଦୁଝର ୩୬, ବରଗଡ଼ ୩୫, କୋରାପୁଟ ୩୪ ଓ ଭୁବନେଶ୍ବରରେ ୮ ପ୍ରତିଶତ ହିତାଧିକାରୀ ଦ୍ବିତୀୟ ଡୋଜ୍ ଟିକା ନେବେ। ଅପରପକ୍ଷରେ ଦ୍ବିତୀୟ ଡୋଜ୍ ହିତାଧିକାରୀ ଓ ଶିକ୍ଷକ ଓ ସେମାନଙ୍କ ପରିବାର ପାଇଁ କେନ୍ଦ୍ର ସରକାର ଚଳିତମାସରେ ଅତିରିକ୍ତ ୯,୯୨,୩୮୦ ଡୋଜ୍ କୋଭିସିଲ୍ଡ ଓ ୧,୨୪,୫୯୦ ଡୋଜ୍ କୋଭାକ୍ସିନ୍ ଯୋଗାଇ ଦେବେ ବୋଲି କହିଛନ୍ତି। ତେଣୁ ଧାର୍ଯ୍ୟ ସମୟ ଭିତରେ ଯେପରି ଶିକ୍ଷକମାନଙ୍କ ଟିକାକରଣ ହୋଇପାରିବ ସେଥିପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ଏ ଦିଗରେ ପଦକ୍ଷେପ ନେବାକୁ କୁହାଯାଇଛି।
ଅପରପକ୍ଷରେ ପୂର୍ବରୁ ଶିକ୍ଷା, ନିଯୁକ୍ତି ଓ ନୋଟକିଓ କ୍ରୀଡ଼ାବିତ୍ଙ୍କୁ ବିଦେଶ ଯାତ୍ରା କରିବାକୁ ଚାହୁଁଥିବା ଲୋକମାନଙ୍କୁ କୋଭିସିଲ୍ଡର ଦ୍ବିତୀୟ ଡୋଜ୍ ଅବଧିକୁ ହ୍ରାସ କରି ଟିକା ଦେବାକୁ ଅନୁମତି ଦିଆଯାଇଛି। ଏବେ କେନ୍ଦ୍ର ସରକାର ଏହି ପରିଧିକୁ ଆହୁରି ବଢ଼ାଇ ଦେଇଛନ୍ତି। ଦେହ ଖରାପ ପାଇଁ ବିଦେଶରେ ଚିକିତ୍ସିତ କିମ୍ବା ଏଠାରେ ରହୁଥିବା ବିଦେଶୀ ନାଗରିକ ସେମାନଙ୍କ ଦେଶକୁ ଯିବାକୁ ଚାହୁଁଥିଲେ କୋଭିସିଲ୍ଡ ଟିକାର ୮୪ଦିନ ଅବଧିକୁ ଅପେକ୍ଷା ନ କରି ଟିକା ନେବା ଲାଗି ଅନୁମତି ଦିଆଯାଇଛି। ଯେଉଁମାନେ ପ୍ରଥମ ଡୋଜ୍ ଟିକା ନେବାର ୨୮ଦିନ ହୋଇସାରିଛି; ସେମାନେ ନିଜର ଆବଶ୍ୟକ କାଗଜପତ୍ର ଦେଖାଇ ଟିକା ନେଇପାରିବେ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
The post ଦ୍ବିତୀୟ ଡୋଜ୍ ଅପେକ୍ଷାରେ ୧୪.୫ଲକ୍ଷ: ଗୁରୁ ଦିବସ ସୁଦ୍ଧା ସବୁ ଶିକ୍ଷକମାନଙ୍କୁ ଟିକା ଦିଅ first appeared on Sambad.from କରୋନା | Sambad https://ift.tt/3yjIb35
0 Comments