
ଭୁବନେଶ୍ୱର: ଆଜି ରାଜଧାନୀରେ ୨୨୯ କୋରାନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୧୭୦ ଜଣ ଚିହ୍ନଟ ହୋଇଥିବା ବେଳେ ଆଜି ସଂଖ୍ୟା ବଢ଼ିଛି। ତେବେ ଶିଶୁ ଆକ୍ରାନ୍ତଙ୍କ ସଂଖ୍ୟା କମିଛି। ଗତକାଲି ୨୧ ଜଣ ଶିଶୁ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଆଜି ୧୭ ଜଣ ଚିହ୍ନଟ ହୋଇଛନ୍ତି।
ଅନ୍ୟପଟେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୬ ହଜାର ୭୯ ଓ ମୋଟ ସୁସ୍ଥଙ୍କ ସଂଖ୍ୟା ୧ ଲକ୍ଷ ୧ ହଜାର ୭୧୧ରେ ପହଞ୍ଚିଛି। ସୁସ୍ଥଙ୍କ ସଂଖ୍ୟା ବଢ଼ିଥିବାରୁ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା କମିଛି। ଏହି ସଂଖ୍ୟା ଗତକାଲି ୩୩୯୦ ରହିଥିବା ବେଳେ ଆଜି ୩୩୫୭ କୁ ଖସିଛି। ଗତ ୨୪ ଘଣ୍ଟା ମଧ୍ୟରେ ଜଣଙ୍କର ମୃତ୍ୟୁ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି। ଆଜି ଚିହ୍ନଟ ହୋଇଥିବା ୨୨୯ ଆକ୍ରାନ୍ତଙ୍କ ମଧ୍ୟରୁ ନୀଳାଦ୍ରି ବହାରରେ ସର୍ବାଧିକ ୧୧ ଜଣ, ପଟିଆରୁ ୯ ଜଣ ଓ ୟୁନିଟ୍-୮ ଅଞ୍ଚଳରୁ ୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
The post ରାଜଧାନୀରେ ୧୭ ଶିଶୁ କରୋନା ଆକ୍ରାନ୍ତ first appeared on Sambad.from କରୋନା | Sambad https://ift.tt/3gx8pcr
0 Comments