
ନୂଆଦିଲ୍ଲୀ: କରୋନାର ଡେଲ୍ଟା ପ୍ଲସ୍ ପ୍ରଜାତି ପାଇଁ ଦେଶରେ ଦ୍ରୁତ ସଂକ୍ରମଣ ହେଉନାହିଁ। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏହା କୁହାଯାଇଛି। ଏକ ସାମ୍ବାଦିକ ସମ୍ମିଳନୀରେ ଡାକ୍ତର ଏସ୍କେ ସିଂହ କହିଛନ୍ତି, ଡେଲ୍ଟା ପ୍ରଜାତି ପରି ଡେଲ୍ଟା ପ୍ଲସ୍ ପ୍ରଜାତି ଏତେ ଘାତକ ନୁହେଁ। ଡେଲ୍ଟା ପ୍ଲସ୍ ଯୋଗୁଁ ଦେଶରେ ସଂକ୍ରମଣ ଦ୍ରୁତ ଗତିରେ ମାଡ଼ୁନାହିଁ। ଏଯାବତ୍ ଦେଶରେ ୮୬ ଡେଲ୍ଟା ପ୍ଲସ୍ ମାମଲା ଚିହ୍ନଟ ହୋଇଛି ବୋଲି ଡାକ୍ତର ସିଂହ କହିଛନ୍ତି। ଡେଲ୍ଟା ପ୍ରଜାତି ମେ’ ଶେଷ ଭାଗ ପର୍ଯ୍ୟନ୍ତ ପ୍ରବଳ କ୍ଷତି କରିଛି। ଡେଲ୍ଟା ପାଇଁ ୯୦ ପ୍ରତିଶତ ସଂକ୍ରମଣ ବୃଦ୍ଧି ହୋଇଛି।
ଡେଲ୍ଟା ସମଗ୍ର ବିଶ୍ବକୁ ବ୍ୟାପିଛି ବୋଲି ନିତି ଆୟୋଗ ସଦସ୍ୟ ଡାକ୍ତର ଭିକେ ପଲ୍ କହିଛନ୍ତି। ଅନ୍ୟପକ୍ଷେ ୩୭ ଜିଲ୍ଲାରେ ସଂକ୍ରମଣ ଲଗାତାର ବଢ଼ି ଚାଲିଛି। ସ୍ବାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ ଅଗ୍ରୱାଲ୍ କହିଛନ୍ତି, କେସ୍ ପଜିଟିଭ୍ ହାର କମୁଥିଲେ ସୁଦ୍ଧା କିଛି ଅଂଶରେ ଏହା ଏବେ ବି ଅଧିକ ରହିଛି। ୧୧ ରାଜ୍ୟରେ ପଜିଟିଭ୍ ହାର ୧୦ ପ୍ରତିଶତରୁ ଅଧିକ ରହିଛି।
The post ଡେଲ୍ଟା ପ୍ଲସ୍ ଯୋଗୁଁ ଦେଶରେ ଦ୍ରୁତ ସଂକ୍ରମଣ ହେଉନି first appeared on Sambad.from କରୋନା | Sambad https://ift.tt/3fRrFRy
0 Comments