ଭୁବନେଶ୍ୱର: ରାଜ୍ୟରେ ଆଜି କରୋନା ଭାଇରସ୍‌ ସଂକ୍ରମଣରୁ ୭୯୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୮୧ ଜଣ ଅଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୮୪ ହଜାର ୨୨୪ରେ ପହଂଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ ଜରିଆରେ ଏହି ସୂଚନା ଦିଆଯାଇଛି।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ କଟକ ଜିଲ୍ଲାରୁ ଆଜି ୧୪୦ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି। ଯାଜପୁରରୁ ୪୬, ବାଲେଶ୍ୱରରୁ ୪୧, ନୟାଗଡ଼ରୁ ୩୬, ଜଗତସିଂହପୁର, ପୁରୀରୁ ୩୪ ଜଣ ଲେଖାଏଁ, ଭଦ୍ରକରୁ ୩୧, କେନ୍ଦ୍ରାପଡ଼ା, ମୟୂରଭଂଜରୁ ୨୦-୨୦ ଓ ସୁନ୍ଦରଗଡ଼ରୁ ୧୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସେହିପରି ସମ୍ବଲପୁରରୁ ୧୫, ବଲାଙ୍ଗୀର, କେନ୍ଦୁଝରରୁ ୯-୯, ଅନୁଗୁଳରୁ ୮, କଳାହାଣ୍ଡିରୁ ୭, ଢେଙ୍କାନାଳ, ଗଂଜାମ, ରାୟଗଡ଼ାରୁ ୬ ଜଣ ଲେଖାଏଁ, ବରଗଡ଼, ମାଲକାନଗିରିରୁ ୫-୫ ଜଣ, ଦେବଗଡ଼, ଗଜପତିରୁ ୪-୪, ବୌଦ୍ଧ, କନ୍ଧମାଳ, କେରାପୁଟ, ଝାରସୁଗୁଡ଼ା, ନୂଆପଡ଼ାରୁୁ ୨-୨ ଜଣ ଓ ରାଜ୍ୟପୁଲରୁ ୮୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

The post ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୯୭୯ ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୮୧ first appeared on Sambad.

from କରୋନା | Sambad https://ift.tt/3kbS0Ll