
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆଜି ୨୭୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିରେ ସଂଗରୋଧରୁ ୫୯ ଓ ସ୍ଥାନୀୟ ଅଂଚଳରୁ ୨୧୬ ସଂକ୍ରମିତ ଅଛନ୍ତି। କିନ୍ତୁ ୧୮୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ବିଏମ୍ସି ପକ୍ଷରୁ ଏହି ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ରାଜଧାନୀ ଭୁବନେଶ୍ୱରରୁ ଏପର୍ଯ୍ୟନ୍ତ ୧ ଲକ୍ଷ ୫ ହଜାର ୨୭୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରୁ ୧ ଲକ୍ଷ ୮୯୬ ଜଣ ସୁସ୍ଥ ହୋଇଛନ୍ତି। ଏପର୍ଯ୍ୟନ୍ତ ୯୭୯ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ହଜାର ୩୭୯ ଜଣଙ୍କର ଚିକିତ୍ସା ଜାରି ରହିଛି।
The post ଭୁବନେଶ୍ୱରରୁ ଆଜି ୨୭୫ ଜଣ କରୋନା ପଜିଟିଭ୍, ସୁସ୍ଥ ହେଲେ ୧୮୮ ଆକ୍ରାନ୍ତ first appeared on Sambad.from କରୋନା | Sambad https://ift.tt/3j41jh6
0 Comments