ଭୁବନେଶ୍ୱର: ରାଜ୍ୟରେ ଆଜି କରୋନା ଭାଇରସ୍‌ ସଂକ୍ରମଣରୁ ୯୮୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୧୧ ଜଣ ଅଛନ୍ତି। ଏଥି ସହିତ ଏପର୍ଯ୍ୟନ୍ତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୮୯ ହଜାର ୮୪୦ରେ ପହଂଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ ଜରିଆରେ ଏହି ସୂଚନା ଦିଆଯାଇଛି।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ କଟକ ଜିଲ୍ଲାରୁ ଆଜି ୧୩୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଯାଜପୁରରୁ ୫୭, ମୟୂରଭଂଜ, ପୁରୀରୁ ୩୩ ଜଣ ଲେଖାଏଁ, ଜଗତସିଂହପୁରରୁ ୨୯, ସୁବର୍ଣ୍ଣପୁରରୁ ୨୫, କେନ୍ଦ୍ରାପଡ଼ାରୁ ୨୦, ବାଲେଶ୍ୱରରୁ ୧୯, ସମ୍ବଲପୁରରୁ ୧୫ ଓ ଅନୁଗୁଳରୁ ୧୪ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି।

ସେହିପରି କନ୍ଧମାଳ, ନୟାଗଡ଼ରୁ ୧୪-୧୪, ଭଦ୍ରକ, ଢେଙ୍କାନାଳରୁ ୧୦-୧୦, ବଲାଙ୍ଗୀର-ଦେବଗଡ଼ରୁ ୯-୯, ସୁନ୍ଦରଗଡ଼ରୁ ୮, ଗଂଜାମରୁ ୬, ବରଗଡ଼ରୁ ୪, ରାୟଗଡ଼ାରୁ ୩, କୋରାପୁଟ, ମାଲକାନଗିରିରୁ ୨-୨, କନ୍ଧମାଳରୁ ଜଣେ ଓ ରାଜ୍ୟପୁଲରୁ ୯୩ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି।

The post ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୯୮୬ ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୧୧ ସୁସ୍ଥ first appeared on Sambad.

from କରୋନା | Sambad https://ift.tt/3jjen2e