
ଭୁବନେଶ୍ୱର: ରାଜ୍ୟରେ ଆଜି କରୋନା ଭାଇରସ ସଂକ୍ରମଣରୁ ୧୪୬୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୫୧ ଜଣ ଅଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୬୯ ହଜାର ୯୧୬ରେ ପହଂଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି।
ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ କଟକ ଜିଲ୍ଲାରୁ ଆଜି ୧୮୯ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି। ପୁରୀରୁ ୧୦୯, ବାଲେଶ୍ୱରରୁ ୯୨, ଯାଜପୁରରୁ ୭୮, ଜଗତସିଂହପୁରରୁ ୬୬, ଅନୁଗୁଳରୁ ୪୮, ଭଦ୍ରକରୁ ୪୨, କେନ୍ଦ୍ରାପଡ଼ା, ମୟୂରଭଂଜରୁ ୪୧-୪୧ ଓ ଢେଙ୍କାନାଳରୁ ୩୩ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି।
ସେହିପରି ନୟାଗଡ଼ରୁ ୨୯, ସୁନ୍ଦରଗଡ଼ରୁ ୨୨, ରାୟଗଡ଼ାରୁ ୧୬, କନ୍ଧମାଳରୁ ୧୫, କେନ୍ଦୁଝର, ସୁବର୍ଣ୍ଣପୁରରୁ ୧୧-୧୧, କୋରାପୁଟରୁ ୯, ବଲାଙ୍ଗୀର, କଳାହାଣ୍ଡି, ମାଲକାନିଗିରି, ସମ୍ବଲପୁରରୁ ୮-୮ ଜଣ, ଦେବଗଡ଼, ଗଂଜାମର ୭-୭, ବୌଦ୍ଧରୁ ୪, ଗଜପତି ୩, ବରଗଡ଼, ଝାରସୁଗୁଡ଼ା, ନବରଂଗପୁର, ନୂଆପଡ଼ାରୁ ଜଣେ ଲେଖାଏଁ ଓ ରାଜ୍ୟ ପୁଲରୁ ୧୦୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
The post ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୧୪୬୩ ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୫୧ first appeared on Sambad.from କରୋନା | Sambad https://ift.tt/3ywssyI
0 Comments