
ମୁମ୍ବାଇ: ମହାରାଷ୍ଟ୍ରରେ ୪୫ ଡେଲ୍ଟା ପ୍ଲସ୍ ମାମଲା ଚିହ୍ନଟ ହୋଇଛି। ଡେଲ୍ଟା ଏବେ ମହାରାଷ୍ଟ୍ରରେ ପ୍ରମୁଖ ପ୍ରଜାତି ହୋଇଛଇ। ଅଗଷ୍ଟ ୮ ସୁଦ୍ଧା ମହାରାଷ୍ଟ୍ରରେ ୪୫ ଡେଲ୍ଟା ପ୍ଲସ୍ ମାମଲା ଚିହ୍ନଟ ହୋଇଛି ବୋଲି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଜଲ୍ଗାଓଁରେ ସର୍ବାଧିକ ୧୩ ଡେଲ୍ଟା ପ୍ଲସ୍ ମାମଲା ଚିହ୍ନଟ ହୋଇଥିବାବେଳେ ରତ୍ନଗିରିରେ ୧୧, ମୁମ୍ବାଇରେ ୬, ଥାନେରେ ୫ ଏବଂ ପୁନେରେ ୩ ଡେଲ୍ଟା ପ୍ଲସ୍ ମାମଲା ଚିହ୍ନଟ ହୋଇଛି। ମହାରାଷ୍ଟ୍ର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଜେନମ୍ ସିକ୍ବେନ୍ସିଂ ପାଇଁ ପଠାଯାଇଥିବା ୮୦ ପ୍ରତିଶତ ନମୁନାରେ ଡେଲ୍ଟା ପ୍ଲସ୍ ପ୍ରଜାତି ଚିହ୍ନଟ ଅଛି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ରାଜ୍ୟବାସୀଙ୍କୁ ଉଦ୍ବୋଧନ ଦେଇ କହିଛନ୍ତି, କୋଭିଡ୍ ଏଯାଏଁ ଶେଷ ହୋଇନାହିଁ। ଆମକୁ ଅଧିକ ସଚେତନ ହେବାକୁ ପଡ଼ିବ। ପୁନେ, ଅହମଦନଗର, ସୋଲାପୁର, ସାଙ୍ଗଲି, ସତରା, ସିନ୍ଧୁଦୁର୍ଗ ଏବଂ ରତ୍ନଗୀରୀ ଜିଲ୍ଲାମାନେ ଅଧିକ ସତର୍କ ରହିବାପାଇଁ ଠାକରେ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ମହାରାଷ୍ଟ୍ରରେ ରବିବାର ୫,୮୦୮ ନୂଆ ମାମଲା ଚିହ୍ନଟ ହୋଇଥିବାବେଳେ ୧୫୧ ଜଣଙ୍କ ମୃତ୍ୟୁ ହୋଇଛି। ରାଜ୍ୟରେ ମୋଟ୍ ସଂକ୍ରମଣ ମାମଲା ୬୩,୫୩,୩୨୮ ଥିବାବେଳେ ମୃତ୍ୟୁସଂଖ୍ୟା ୧୩,୩୯,୯୬।
The post ମହାରାଷ୍ଟ୍ରରେ ୪୫ ଡେଲ୍ଟା ପ୍ଲସ୍ ମାମଲା first appeared on Sambad.from କରୋନା | Sambad https://ift.tt/2U7EjnS
0 Comments