ଆମେରିକାରେ ସ୍ଥିତି ବିଗୁଡ଼ୁଛି: ଅଷ୍ଟିନ୍‌ରେ ଅବସ୍ଥା ସାଂଘାତିକ, ମାତ୍ର ୬ଟି ଆଇସିୟୁ ବେଡ୍‌ ଖାଲି

ୱାସିଂଟନ୍‌ : ଆମେରିକାରେ ସ୍ଥିତି ଜଟିଳ ହୋଇଛି। ଡେଲ୍‌ଟା ପାଇଁ ଆମେରିକାରେ ସଂକ୍ରମଣ ଭୟଙ୍କର ଭାବେ ବଢ଼ି ଚାଲିଛି। ଅଷ୍ଟିନ୍‌ରେ ସ୍ଥିତି ଅତ୍ୟନ୍ତ ସାଂଘାତିକ ହୋଇଯାଇଛି। ପ୍ରାୟ ୨.୪ ନିୟୁତ ଜନସଂଖ୍ୟା ବିଶିଷ୍ଟ ଅଷ୍ଟିନ୍‌ରେ ଏବେ ମାତ୍ର ୬ଟି ଆଇସିୟୁ ବେଡ୍‌ ଖାଲି ଅଛି। ମୋଟ୍‌ ୩୧୩ ଟି ଭେଣ୍ଟିଲେଟର ଉପଲବ୍ଧ ଅଛି। ଅଷ୍ଟିନ୍‌ରେ ଅତି ଖରାପ୍‌ ସ୍ଥିତି। ହସ୍ପିଟାଲ୍‌ ‌ଖୋଲା ଅଛି। କିନ୍ତୁ ରୋଗୀଙ୍କ ଚିକିତ୍ସା ପାଇଁ ଆବଶ୍ୟକୀୟ ଉପକରଣ ନାହିଁ। ସ୍ଥିତି ଦିନକୁ ଦିନ ଅତି ଜଟିଳ ହେବାରେ ଲାଗିଛି। ଆମେରିକାରେ ଏବେ ଦୈନିକ ସଂକ୍ରମଣ ୧ ଲକ୍ଷରୁ ଅଧିକ ରହୁଥିବାବେଳେ ହସ୍ପିଟାଲ୍‌ରେ ଖୁବ୍‌ କମ୍‌ ବେଡ୍‌ ଉପଲବ୍ଧ ଅଛି।

ତେବେ ଆମେରିକାରେ ସଂକ୍ରମଣ ଅତି ଦ୍ରୁତ ଗତିରେ ମାଡ଼ୁ ଥିବାରୁ ଆମେରିକାର ଶୀର୍ଷ ସଂକ୍ରାମକ ରୋଗ ଡାକ୍ତର ଆନ୍ଥୋନି ଫୌସି , କମ୍‌ ରୋଗ ପ୍ରତିରୋଧକ ଶକ୍ତି ଥିବା ଲୋକଙ୍କୁ ଶୀଘ୍ର ବୁଷ୍ଟର ଡୋଜ୍‌ ଦେବାପାଇଁ ପରାମର୍ଶ ଦେଇଛନ୍ତି। କମ୍‌ ରୋଗ ପ୍ରତିରୋଧକ ଶକ୍ତି ଥିବା‌ ଲୋକଙ୍କୁ ଗୁରୁତ୍ବ ଦେଇ ବୁଷ୍ଟର୍‌ ଡୋଜ୍‌ ଦେବାକୁ ଫୌସି କହିଛନ୍ତି। ଆମେରିକାରେ ମୋଟ୍‌ ସଂକ୍ରମଣ ମାମଲା ୩୬,୫୪୩,୩୩୮ ଥିବାବେଳେ ୬୩୩,୧୧୬ ଜଣଙ୍କ କରୋନାରେ ମୃତ୍ୟୁ ‌ହୋଇଛି। ସଂକ୍ରମଣ ବଢ଼ୁଥିବାବେଳେ ଆମେରିକାରେ ଟିକାକରଣ ମନ୍ଥର ହୋଇଯାଇଛି। ଏହା ଖୁବ୍‌ ଚିନ୍ତାଜନକ।

The post ଆମେରିକାରେ ସ୍ଥିତି ବିଗୁଡ଼ୁଛି: ଅଷ୍ଟିନ୍‌ରେ ଅବସ୍ଥା ସାଂଘାତିକ, ମାତ୍ର ୬ଟି ଆଇସିୟୁ ବେଡ୍‌ ଖାଲି first appeared on Sambad.

from କରୋନା | Sambad https://ift.tt/3xCpZRX

Post a Comment

0 Comments