
ଭୁବନେଶ୍ବର : ଭୁବନେଶ୍ବରରେ ସୋମବାର ୨୮୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ଆକ୍ରାନ୍ତଙ୍କ ସଂଖ୍ୟା ୩୭୧ ଥିବା ବେଳେ ମୃତ୍ୟୁ ସଂଖ୍ୟା ୨୫ ରହିଥିଲା। ଆଜି ଆକ୍ରାନ୍ତଙ୍କ ସଂଖ୍ୟା ୮୫ କମ୍ ରହିଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା ୨୫ ରହିଛି। ଆଜି ସ୍ଥାନୀୟ ସଂକ୍ରମଣ ସଂଖ୍ୟା ୨୨୨ ଓ ସଙ୍ଗରୋଧରୁ ୬୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୁସ୍ଥଙ୍କ ସଂଖ୍ୟା ଗତକାଲି ୨୩୧ ଥିବା ବେଳେ ଆଜି ୨୩୪ ରହିଛି। ଆଜି ଚିହ୍ନଟ ହୋଇଥିବା ୨୮୬ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ନୂଆପଲ୍ଲୀ ଓ ପଟିଆ ଅଞ୍ଚଳରୁ ସର୍ବାଧିକ ୧୩ ଜଣ ଲେଖାଏଁ ରହିଥିବା ବେଳେ ଲକ୍ଷ୍ମୀସାଗର ଅଞ୍ଚଳରେ ୧୧, ଖଣ୍ଡଗିରିରେ ୧୦, ଶୈଳଶ୍ରୀ ବିହାର ଓ ପୋଖରୀପୁଟରୁ ୯ ଲେଖାଏଁ, ଆଇଆର୍ସି ଭିଲେଜ୍ ଓ ରସୁଲଗଡ଼ରୁ ୮ଲେଖାଏଁ, ବରମୁଣ୍ଡା ଓ ଚନ୍ଦ୍ରଶେଖରପୁର ଅଞ୍ଚଳରୁ ୭ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
The post ଭୁବନେଶ୍ବରରେ ୨୮୬ ଆକ୍ରାନ୍ତ, ୨୫ ମୃତ ଘୋଷଣା first appeared on Sambad.from କରୋନା | Sambad https://ift.tt/3i6NBcV
0 Comments