
ନୂଆଦିଲ୍ଲୀ : ଦେଶ ଦ୍ବିତୀୟ ଲହର ସଂକ୍ରମଣ ଶୀର୍ଷରେ ଥିବାବେଳେ ଅତି ସାଂଘାତିକ ସ୍ଥିତି ଉପୁଜିଥିଲା। ଏହି ସମୟରେ ଅନ୍ତର୍ଜାତୀୟ ସମୁଦାୟ ଭାରତକୁ ସହଯୋଗ କରିବାପାଇଁ ଆଗେଇ ଆସିଥିଲେ। ତେବେ ଦ୍ବିତୀୟ ଲହରରେ ମୋଟ୍ ୫୨ ଦେଶ ଭାରତକୁ ସହଯୋଗ କରିଥିଲେ ବୋଲି ବିଦେଶ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ଭିଏ ମୁରଲୀଧରନ ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତର ରଖି କହିଛନ୍ତି। ଦେଶ ୨୯,୩୨୭ ଅକ୍ସିଜେନ୍ କନସେନଟ୍ରେଟର୍, ୪୮ ଅକ୍ସିଜେନ୍ ପିଏସ୍ଏ ପ୍ଲାଣ୍ଟ୍ ଏବଂ ୧୯,୩୭୫ ଭେଣ୍ଟିଲେଟର ୫୨ ଟି ରାଷ୍ଟ୍ରଠାରୁ ପାଇଛି। ଏହା ସହିତ ୩୩,୩୦,୧୮୭ ଫାଭିପିରାଭିର, ୧୧,୦୬,୯୪୦ ରେମଡେସିଭିର ଏବଂ ୧୯,୮୮,୯୮୫ ରୢାପିଡ୍ ଟେଷ୍ଟିଂ କିଟ୍ ପାଇଛି।
The post କୋଭିଡ୍ ଦ୍ବିତୀୟ ଲହରରେ ୫୨ ରାଷ୍ଟ୍ର ଭାରତକୁ ସହଯୋଗ କରିଛନ୍ତି first appeared on Sambad.from କରୋନା | Sambad https://ift.tt/3iC0Xgb
0 Comments