ବାରିପଦା: କୋଭିଡ୍‌ରୁ ସୁସ୍ଥ ହୋଇସାରିଥିବା କେନ୍ଦ୍ର ଆଦିବାସୀ ଏବଂ ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ କୋଭିଡ୍‌ ପରବର୍ତ୍ତୀ ଜଟିଳତା କାରଣରୁ ଆଜି ଦିଲ୍ଲୀ ଏମ୍‌ରେ ଭର୍ତ୍ତି ହୋଇଛନ୍ତି। ଶ୍ରୀ ଟୁଡୁ ଶରୀରରେ କିଛି ଅଂଶରେ ଯନ୍ତ୍ରଣା ଅନୁଭବ କରିବାକୁ ଏମ୍‌ରେ ଚିକିତ୍ସା ନି‌ମନ୍ତେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି। ତେବେ ତାଙ୍କ ଅବସ୍ଥା ସ୍ଥିର ରହିଥିବା ସୂଚନା ମିଳିଛି। ହସ୍‌ପିଟାଲରେ ଥିଲେ ମଧ୍ୟ ଟୁଇଟର୍‌ରେ କିନ୍ତୁ ଶ୍ରୀ ଟୁଡୁ ସକ୍ରିୟ ଥିବା ଦେଖାଦେଇଛି। ତେବେ ଅସୁସ୍ଥତା କାରଣରୁ ଆଜି ମନ୍ତ୍ରୀ ଶ୍ରୀ ଟୁଡୁ କେନ୍ଦ୍ରମନ୍ତ୍ରୀ ପିୟୂଷ ଗୋଏଲଙ୍କୁ ଭେଟିଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ବିନୀ ବୈଷ୍ଣବ ଏବଂ ରାଜ୍ୟର ଅନ୍ୟ ସାଂସଦଙ୍କୁ ନେଇ ଗଠିତ ଟିମ୍‌ରେ ଉପସ୍ଥିତ ରହିପାରିନଥିଲେ।

 

The post କୋଭିଡ୍‌ ପରବର୍ତ୍ତୀ ଜଟିଳତାକୁ ନେଇ ଦିଲ୍ଲୀ ଏମ୍‌ସରେ ଭର୍ତ୍ତି ହେଲେ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ first appeared on Sambad.

from କରୋନା | Sambad https://ift.tt/3kOWfOX