
ବାଗଦାଦ୍ : ଇରାକ୍ରେ ଏକ କୋଭିଡ୍ ହସ୍ପିଟାଲ୍ରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ଅତି କମ୍ରେ ୬୪ ଜଣ ରୋଗୀ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଅଲ୍ ହୁସେନ୍ ହସ୍ପିଟାଲ୍ରେ ହୋଇଥିବା ଅଗ୍ନିକାଣ୍ଡର ପ୍ରକୃତ କାରଣ କ’ଣ ଜଣାପଡ଼ିନି। କିନ୍ତୁ ଅକ୍ସିଜେନ୍ ଟ୍ୟାଙ୍କ୍ ବିସ୍ଫୋରଣ ଯୋଗୁଁ ଏଭଳି ଦୁର୍ଘଟଣା ଘଟିଥିବା କୁହାଯାଉଛି। ଇରାକ୍ର ସ୍ବାସ୍ଥ୍ୟ ଭିତ୍ତିଭୂମି ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଥିବା ଏଥିରୁ ଜଣାପଡ଼ୁଛି। ଇରାକ୍ ପ୍ରଧାନମନ୍ତ୍ରୀ ଅଲ କାଦିମି ଉକ୍ତ ଘଟଣା ପରେ ହସ୍ପିଟାଲ୍ ମୁଖ୍ୟଙ୍କୁ ଗିରଫ କରିବାପାଇଁ ଘୋଷଣା କରିଛନ୍ତି।
ରାଷ୍ଟ୍ରାୟତ୍ତ ଗଣମାଧ୍ୟମ ଅନୁଯାୟୀ ଅଗ୍ନିକାଣ୍ଡରେ ୬୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭୦ ଜଣ ଆହତ ହୋଇଛନ୍ତି। ତେବେ ଏହା ପ୍ରଥମ ନୁହେଁ ଗତ ଏପ୍ରିଲ୍ରେ ରାଜଧାନୀ ବାଗଦାଦ୍ରେ ଏକ ହସ୍ପିଟାଲ୍ରେ ଅକ୍ସିଜେନ୍ ଟ୍ୟାଙ୍କ୍ ବିସ୍ଫୋରଣ ହେବାଦ୍ବାରା ୮୨ ଲୋକଙ୍କ ମୃତ୍ୟୁ ହୋଇଥିଲା ଏବଂ ୧୧୦ରୁ ଅଧିକ ଆହତ ହୋଇଥିଲେ। ଉକ୍ତ ଘଟଣା ପାଇଁ ସ୍ବାସ୍ଥ୍ୟମନ୍ତ୍ରୀ ହାସନ ଅଲ୍ ତାମିମି ଇସ୍ତଫା ଦେଇଥିଲେ। ଉଲ୍ଲେଖଯୋଗ୍ୟ ଯେ, କରୋନା ମହାମାରୀ ଇରାକ୍ର ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ଦୋହଲାଇ ଦେଇଛି। ଇରାକ୍ରେ ୧.୪ ନିୟୁତ ଲୋକ ସଂକ୍ରମିତ ହୋଇଥିବାବେଳେ ୧୭ ହଜାର ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଦେଶରେ ମାତ୍ର ୧୦ ଲକ୍ଷରୁ ଅଧିକ ଲୋକ କେବଳ ଗୋଟିଏ ଡୋଜ୍ ଟିକା ନେଇଛନ୍ତି ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କହିଛି।
The post ଇରାକ୍ କୋଭିଡ୍ ହସ୍ପିଟାଲ୍ରେ ଅଗ୍ନିକାଣ୍ଡ, ୬୪ ଜଣ ଜୀବନ୍ତ ଦଗ୍ଧ first appeared on Sambad.from କରୋନା | Sambad https://ift.tt/2VvRpLS
0 Comments