ନୂଆଦିଲ୍ଳୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେ‌ଶରେ ୪୧ ହଜାର ୮୦୬ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଦିନକରେ ପୁଣି ୫୮୧ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏ ନେଇ ଗୁରୁବାର ସୂଚନା ପ୍ରଦାନ କରାଯାଇଛି। ନୂତନ ସଂକ୍ରମିତଙ୍କୁ ମିଶାଇ ଦେଶରେ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୩୨ ହଜାର ୪୧କୁ ବୃଦ୍ଧି ପାଇଛି।

 

ଦେଶରେ ଏବେ ସୁଦ୍ଧା ସମୁଦାୟ ୩ କୋଟି ୯ ଲକ୍ଷ ୮୩ ହଜାର ୮୮୦ ଜଣ କରୋନାରେ ସଂକ୍ରମିତ ହୋଇ ସାରିଛନ୍ତି। ଏବେ ସୁଦ୍ଧା ୪ ଲକ୍ଷ ୧୧ ହଜାର ୯୮୯ ଜଣଙ୍କର ମୃତ୍ୟୁ ହୋଇ ସାରିଲାଣି। ସେହିପରି ୩ କୋଟି ୧ ଲକ୍ଷ ୪୩ ହଜାର ୮୫୦ ଜଣ ଏବେ ସୁଦ୍ଧା ଆରୋଗ୍ୟ ଲାଭ କରି ସାରିଲେଣି।

The post ଗତ ୨୪ ଘଣ୍ଟା ମଧ୍ୟରେ ଦେ‌ଶରେ ୪୧ ହଜାର ୮୦୬ ନୂଆ କରୋନା ସଂକ୍ରମିତ ଚିହ୍ନଟ, ୫୮୧ ଜଣ ମୃତ first appeared on Sambad.

from କରୋନା | Sambad https://ift.tt/2U6Dgoi