ଭୁବନେଶ୍ବର: କରୋନାର ସଂଘର୍ଷ ଭିତରେ ବଞ୍ଚିଛନ୍ତି ଲୋକେ। ଜୀବନକୁ ସୁରକ୍ଷା ଦେବାକୁ ଯାଇ, ଜୀବିକା ଉଜୁଡ଼ିବାକୁ ବସିଲାଣି। ଜୀବନ-ଜୀବିକାର ଦୋଛକିରେ ଆଗକୁ କ’ଣ ହେବ? ୧୬ ତାରିଖ ସକାଳେ ସରୁଛି ଆଂଶିକ ତାଲାବନ୍ଦର ଅବଧି। ତେଣୁ ଆଜି ସାଢ଼େ ୨ଟାରେ ଆଗାମୀ ପଦକ୍ଷେପ ନେଇ ଘୋଷଣା କରିବେ ମୁଖ ଶାସନ ସଚିବ।

ଆଂଶିକ ତାଲାବନ୍ଦ କାରଣରୁ ଏବେ ଭିଷଣ କଷ୍ଟରେ ଅଛି ଓଡ଼ିଶା। ତେଣୁ ୧୬ ତାରି୍ରେ‌ଖ ଅବଧି ସରିବା ପରେ ଯଦି ଅର୍ଥନୀତିକୁ ଖୋଲିବା ପାଇଁ ନିଷ୍ପତ୍ତି ନ ହୁଏ, ତେବେ ଭୂତାଣୁ ଠାରୁ ଅଧିକ ଲୋକ ଭୋକରେ ପ୍ରଭାବିତ ହେବେ। ସୂଚନା ମିଳିଛି ୨୬ଟି ଜିଲ୍ଲାରେ ସମ୍ପୂର୍ଣ୍ଣ କୋହଳ ହୋଇପାରେ କଟକଣା। ତେବେ ସଂକ୍ରମଣ ଅଧିକ ଥିବା ୪ ଜିଲ୍ଲାରେ କଟକଣା ଆଂଶିକ କୋହଳ କରିବାକୁ ଚିନ୍ତା କରୁଛନ୍ତି ସରକାର। ଖୋର୍ଦ୍ଧା, କଟକ, ପୁରୀ ଓ ବାଲେଶ୍ୱରରେ କେତେକ କଟକଣା ବଳବତ୍ତର ରହିପାରେ ବୋଲି କୁହାଯାଉଛି।

The post ଅପରାହ୍ଣ ସାଢେ ୨ଟାରେ ମୁଖ୍ୟ ଶାସନ ସଚିବ କରୋନା କଟକଣା ସଂପର୍କରେ କରିବେ ଘୋଷଣା first appeared on Sambad.

from କରୋନା | Sambad https://ift.tt/2VLObEf