
ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ହ୍ରାସ ପାଉଥିବାବେଳେ ଲୋକମାନେ ପୁଣି ଅସତର୍କ ହୋଇଯାଇଥିବା ଦେଖାଯାଉଛି । ଗତ କିଛି ଦିନ ହେଲା ଜନଗହଳିପୂର୍ଣ୍ଣ ସ୍ଥାନରେ ଲୋକମାନେ ବିନା ମାସ୍କରେ, ସାମାଜିକ ଦୂରତ୍ବ ପାଳନ ନକରି ବୁଲୁଥିବାର ଫଟୋ ଓ ଭିଡିଓ ଦେଖିବାକୁ ମିଳୁଛି । ଏହା ଆଦୌ ଏକ ଭଲ ଦୃଶ୍ୟ ନୁହେଁ, ଏହା ଆମ ମଧ୍ୟରେ ଭୟ ଉଦ୍ରେକ କରିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ।
କରୋନା ବିରୋଧୀ ଲଢେଇ ବେଳେ ଆମେ ଖାମଖିଆଲ ହେବା ଉଚିତ ନୁହେଁ ବୋଲି ଗତକାଲି ମନ୍ତ୍ରୀପରିଷଦର ବୈଠକରେ ଯୋଗ ଦେବା ଅବସରରେ ମୋଦୀ ମନ୍ତବ୍ୟ ଦେଇଥିଲେ।
ସେ କହିଛନ୍ତି ଯେ ଦେଶ ନିଜର କୋଭିଡ ଯୋଦ୍ଧାଙ୍କ ମାଧ୍ୟରେ କରୋନା ବିରୋଧରେ ଲଢେଇ କରୁଛି । ଦେଶରେ ରେକର୍ଡ ସଂଖ୍ୟକ ଲୋକଙ୍କୁ ଟିକା ଦିଆଯାଉଛି ଓ ପରୀକ୍ଷା ସଂଖ୍ୟା ବି ଅଧିକ ରହିଛି । ଏ ପରିସ୍ଥିତିରେ ଆମର ଗୋଟିଏ ଭୁଲ ବଡ଼ ବିପଦ ଆଣିପାରେ ଓ ତାହା ଦେଶର କୋଭିଡ ବିରୋଧୀ ଲଢେଇକୁ ଦୁର୍ବଳ କରିଦେଇପାରେ ।
The post “ଗୋଟିଏ ଭୁଲ କରୋନା ବିରୋଧୀ ଲଢେଇକୁ ଦୁର୍ବଳ କରିପାରେ” , ଅମାନିଆ ଲୋକମାନଙ୍କ ଉପରେ ମୋଦୀ ଖପ୍ପା first appeared on Sambad.from କରୋନା | Sambad https://ift.tt/3yLxozv
0 Comments