ନୂଆଦିଲ୍ଲୀ :  ଦେଶରେ କରୋନା ସଂକ୍ରମଣ ହ୍ରାସ ପାଇଚାଲିଛି । କିନ୍ତୁ ଏହାର ସୁଯୋଗ ନେଇ ଆମେ ଆମର ସତର୍କତାକୁ ଢିଲା କଲେ ପୁଣି ସଂକ୍ରମଣ ମାଡ଼ିଆସିବ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ବାଲ କହିଛନ୍ତି।

ମନ୍ତ୍ରାଳୟର ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି  ଯେ ଲୋକମାନଙ୍କ ସତର୍କତା  ଢିଲା ହେବା ଫଳରେ ବ୍ରିଟେନ, ଋଷିଆ, ବାଂଲାଦେଶରେ ପୁଣି ସଂକ୍ରମଣ ବୃଦ୍ଧି ପାଇଛି । ସେହିପରି ଆମ ଦେଶର କେତେକ ପର୍ଯ୍ୟଟନସ୍ଥଳୀରେ ପ୍ରବଳ ଗହଳି ପରିଲକ୍ଷିତ ହେଉଛି । ଲୋକମାନଙ୍କର ଏପରି କାମ ପୁଣି ବିପଦକୁ ଡାକି ଆଣିବ ।

ସେ କହିଛନ୍ତି ଯେ ଗତ ସପ୍ତାହରେ ଦୈନକ ସଂକ୍ରମଣରେ ୮ ପ୍ରତିଶତ ହ୍ରାସ ପରିଲକ୍ଷିତ ହୋଇଛି । ଦେଶରେ ଏବେ ଦେଖାଦେଉଥିବା ଦୈନିକ ସଂକ୍ରମଣର ୮୦ ପ୍ରତିଶତ ୯୦ଟି ଜିଲ୍ଲାରେ ଚିହ୍ନଟ ହୋଉଛି । ଅନ୍ୟପକ୍ଷରେ ଦେଶରେ ଆରୋଗ୍ୟ ହାର ୯୭. ୨ ପ୍ରତିଶତକୁ ବୃଦ୍ଧି ପାଇଛି ବୋଲି ସେ କହିଛନ୍ତି ।

ଏହି ଅବସରରେ ନିତି ଆୟୋଗ ସଦସ୍ୟ ଡ.ଭି.କେ.ପଲ କହିଛନ୍ତି ଯେ ଗର୍ଭବତୀ, ସ୍ତନପାନ କରାଉଥିବା ମହିଳାମାନେ କରୋନା ଟିକା ନେବା ବେଶ ନିରାପଦ । ଗର୍ଭବତୀ ମହିଳା ଟିକା ନେବା ସମ୍ପର୍କରେ ନିୟମାବଳୀ ଜାରି କରାଯାଇଛି । ଦେଶରେ ଏବେ ଦିଆଯାଉଥିବା ୩ ପ୍ରକାରର ଟିକା ଗର୍ଭବତୀମାନଙ୍କ ପାଇଁ ନିରାପଦ ବୋଲି ସେ କହିଛନ୍ତି ।

The post ଦେଶରେ କରୋନା ସଂକ୍ରମଣ କମୁଛି, କିନ୍ତୁ ସତର୍କ ନହେଲେ ପୁଣି ବିପଦ ମାଡ଼ିଆସିବ : ସ୍ବାସ୍ଥ୍ୟ ମନ୍ତ୍ରାଳୟ first appeared on Sambad.

from କରୋନା | Sambad https://ift.tt/3qZhbDX