ନୂଆପଡ଼ା : ନୂଆପଡ଼ା ଜିଲ୍ଲାରେ ଶନିବାର କରୋନା ଗ୍ରାଫ୍‌ ପୁଣି ଉପରମୁହାଁ ହୋଇଛି। କୋମନା ବ୍ଲକ୍‌ କୁରୁମପୁରୀ ପଞ୍ଚାୟତରେ ଥିବା ହୋଲିହୋମ୍‌ର ଜରା ନିବାସରେ ୧୬ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଗୋଟିଏ ଦିନରେ ଏତେ ସଂଖ୍ୟକ ପଜିଟିଭ୍‌ ଚିହ୍ନଟ ହେବା ପରେ ଜିଲ୍ଲାବାସୀଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି। ଗତ ମାସେ ହେବ ଜିଲ୍ଲାରେ ପଜଟିଭ୍‌ ସଂଖ୍ୟା ଏକ ଅଙ୍କରେ ରହୁଥିବା ବେଳେ ଶନିବାର ୨ ଅଙ୍କକୁ ଛୁଇଁଛି।

ଜିଲ୍ଲାରେ ଶନିବାର ଭିଟିଏମ୍‌ ୨୩୧ ଓ ଆଣ୍ଟିଜେନ୍‌ ୭୧୩ ମୋଟ୍‌ ୯୪୪ ଜଣଙ୍କ କରୋନା ପରୀକ୍ଷା ହୋଇଥିଲା। ସେଥିମଧ୍ୟରୁ ୧୭ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। କୋମନା ବ୍ଲକ୍‌ରୁ ୧୬ ଜଣ ଓ ନୂଆପଡ଼ା ଡିଏଚ୍‌ଏଚରୁ ଜଣେ ଚିହ୍ନଟ ହୋଇଛନ୍ତି। ଜିଲ୍ଲା କୋଭିଡ୍‌ ଡାକ୍ତରଖାନାରେ ଜଣେ ଚିକିତ୍ସିତ ହେଉଥିବା ବେଳେ ଆଜି ୩ଜଣ ସୁସ୍ଥ ହୋଇଛନ୍ତି। କଟକଣା କୋହଳ ହେବାପରେ ଲୋକମାନେ କରୋନା ନିୟମ ମାନୁନଥିବା ଦେଖିବାକୁ ମିଳିଛି। ଜିଲ୍ଲା ପ୍ରଶାସନ ଏଥିପ୍ରତି ଧ୍ୟାନ ନଦେଲେ ସଂକ୍ରମଣ ପୁଣି ଉପରମୁହାଁ ହେବ ବୋଲି ଆଲୋଚନା ହେଉଛି।

The post ନୂଆପଡ଼ାରେ ପୁଣି ବଢ଼ିଲା କରୋନା ସଂକ୍ରମଣ, ହୋଲିହୋମ୍ ଜରାଶ୍ରମରେ ୧୬ ପଜିଟିଭ୍‌ first appeared on Sambad.

from କରୋନା | Sambad https://ift.tt/3zoxGwq