ନୂଆଦିଲ୍ଲୀ : କରୋନାଭୂତାଣୁ ସମ୍ପୂର୍ଣ୍ଣ ଭାବେ ଦେଶରୁ ଯିବନାହିଁ। କରୋନା ଏକ ସାଧାରଣ ରୋଗ ଭାବେ ରହିବ‌ ବୋଲି ଆଇସିଏମ୍‌ଆର୍‌ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଆଇସିଏମ୍‌ଆର ଡାକ୍ତର ସମୀରଣ ପଣ୍ଡାଙ୍କ କହିବା‌ ଅନୁଯାୟୀ ସାଧାରଣ ଥଣ୍ଡା ଜ୍ବର ପରି କରୋନା ଏକ ସାଧାରଣ ରୋଗରେ ପରିଣତ ହେବ ଏବଂ ଏହାପରେ ବାର୍ଷିକ ଟିକାର ଆବଶ୍ୟକ ହେବ। ଏବେ ସାଧାରଣ ଭାବେ ଜଣାଶୁଣା ଫ୍ଲୁ ତଥା ଇନଫ୍ଲୁଏଞ୍ଜା ୧୦୦ ବର୍ଷ ପୂ‌ର୍ବେ ଏକ ମହାମାରୀ ଥିଲା। କିନ୍ତୁ ଏହା ଏବେ ସାଧାରଣ ରୋଗ। ଠିକ୍‌ ସେହିପରି କରୋନା ମଧ୍ୟ ଧୀରେ ଧୀରେ ସାଧାରଣ ରୋଗରେ ପରିଣତ ହେବ। ପଣ୍ଡା କହିଛନ୍ତି, ବୟସ୍କମାନେ ପ୍ରତିବର୍ଷ ଟିକା‌ ନେବେ। ଭୟ କରିବାର କିଛି ନୁହେଁ। ଭାଇରସ୍‌ ଏହାର ରୂପ ବଦଳାଉଥିବାରୁ ଟିକାରେ ମଧ୍ୟ ସାମାନ୍ୟ ପରିବର୍ତ୍ତନ ହେବ। ଟିକା ସମସ୍ତଙ୍କ ପାଇଁ ସୁରକ୍ଷିତ ବୋଲି ସେ କହିଛନ୍ତି।

The post କରୋନା ସାଧାରଣ ରୋଗ ଭଳି ରହିବ: ଆଇସିଏମ୍‌ଆର୍‌ first appeared on Sambad.

from କରୋନା | Sambad https://ift.tt/3k2D7MV