
ଭୁବନେଶ୍ୱର: ରାଜ୍ୟରେ ଆଜି କରୋନା ସଂକ୍ରମଣରୁ ୩୧୨୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିରେ କଟକ ଜିଲ୍ଲାରୁ ୫୯୫ ଜଣ ଅଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୯ ହଜାର ୬୩୯ରେ ପହଂଚିଛି ।
ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଖୋର୍ଦ୍ଧା ଜିଲ୍ଲାରୁ ଆଜି ୫୪୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ବାଲେଶ୍ୱରରୁ ୨୫୨, ଯାଜପୁରରୁ ୨୦୪, ମୟୂରଭଂଜରୁ ୧୯୩, ପୁରୀରୁ ୧୭୯, ଭଦ୍ରକରୁ ୧୪୪, ନୟାଗଡ଼ରୁ ୧୦୪, ଜଗତସିଂହପୁରରୁ ୮୭, କୋରାପୁଟରୁ ୭୭ ଓ କେନ୍ଦ୍ରାପଡ଼ାରୁ ୭୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
ମାଲକାନଗିରି ଜିଲ୍ଲାରୁ ୬୪, ଅନୁଗୁଳରୁ ୬୧, ଢେଙ୍କାନାଳରୁ ୫୮, ସୁନ୍ଦରଗଡ଼ରୁ ୫୩, ରାୟଗଡ଼ାରୁ ୫୧, କେନ୍ଦୁଝରରୁ ୫୦, କନ୍ଧମାଳରୁ ୩୭, ବରଗଡ଼ରୁ ୩୪, ନବରଂଗପୁରରୁ ୩୩, ବଲାଙ୍ଗୀରରୁ ୨୫, ସମ୍ବଲପୁରରୁ ୧୮, କଳାହାଣ୍ଡିରୁ ୧୬, ସୁବର୍ଣ୍ଣପୁରରୁ ୧୪, ଗଂଜାମ ଏବଂ ଜଗତସିଂହପୁରରୁ ୧୦ ଜଣ ଲେଖାଏଁ, ବୌଦ୍ଧରୁ ୯, ନୂଆପଡ଼ାରୁ ୮, ଦେବଗଡ଼ରୁ ୭, ଗଜପତିରୁ ୬ ଏବଂ ରାଜ୍ୟପୁଲରୁ ୯୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
The post ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୩୧୨୦ ଆକ୍ରାନ୍ତ, କଟକ ଜିଲ୍ଲାରୁ ସର୍ବାଧିକ ୫୯୫ first appeared on Sambad.from କରୋନା | Sambad https://ift.tt/3hTuO3n
0 Comments