
ନୂଆଦିଲ୍ଲୀ : ଆସନ୍ତା ଅଗଷ୍ଟ ପ୍ରଥମ ସପ୍ତାହ ସୁଦ୍ଧା ଭାରତୀୟ କରୋନା ଟିକା କୋଭାକ୍ସିନକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ପକ୍ଷରୁ ଜରୁରୀକାଳୀନ ବ୍ୟବହାର ଅନୁମତି ମିଳିବାର ସମ୍ଭାବନା ରହିଛି । ଏ ନେଇ ସଂକେତ ଦେଇଛନ୍ତି ଡବ୍ଲୁଏଚଓ ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ବାମୀନାଥନ । ସେ କହିଛନ୍ତି ଯେ ଏବେ ଭାରତ ବାୟୋଟେକ୍ କୋଭାକ୍ସିନ ସମ୍ପର୍କିତ ତଥ୍ୟ ଡବ୍ଲୁଏଚଓ ପୋର୍ଟାଲରେ ଅପଲୋଡ୍ କରୁଛି ।
ଏହି ଅନୁମତି ମିଳିବା ପରେ କୋଭାକ୍ସିନ ଅନ୍ତର୍ଜାତୀୟ ଟିକା ଯୋଗାଣ ବ୍ୟବସ୍ଥା କୋଭାକ୍ସରେ ଉପଲବ୍ଧ ହୋଇପାରିବ, କିମ୍ବା ଭାରତ ବାୟୋଟେକ ଏହାକୁ ଅନ୍ୟ ଦେଶମାନଙ୍କୁ ସିଧାସଳଖ ବିକି ପାରିବ । ଆହୁରି ମଧ୍ୟ ଏହି ଟିକାର ପ୍ରମାଣପତ୍ର ବିଶ୍ବର ଅନ୍ୟ ଦେଶଗୁଡ଼ିକରେ ଗ୍ରହଣୀୟ ହୋଇପାରିବ । ଏବେ ସୁଦ୍ଧା ଡବ୍ଲୁଏଚଓ ଆଠଟି କରୋନା ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ତାଲିକାଭୁକ୍ତ କରିଛି ।
ଗତ ସପ୍ତାହରେ ଭାରତ ବାୟୋଟେକ୍ କୋଭାକ୍ସିନର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷଣର ଫଳାଫଳ ପ୍ରକାଶ କରିଥିଲା । କମ୍ପାନିର ଦାବି ଅନୁସାରେ, ଏହି ଟିକା ଗୁରୁତର ରୋଗୀ ଓ ଡେଲଟା ଭାରିଆଣ୍ଟ୍ ରୋଗୀଙ୍କ ପାଇଁ ପ୍ରଭାବଶାଳୀ ହେଉଛି । ତୃତୀୟ ତଥା ଶେଷ ପର୍ଯ୍ୟାୟ ପରୀକ୍ଷଣ ପରେ କୋଭାକ୍ସିନ ୭୭.୮ ପ୍ରତିଶତ ପ୍ରଭାବୀ ବୋଲି କହିଛି ଭାରତ ବାୟୋଟେକ ।
The post ଅଗଷ୍ଟ ପ୍ରଥମ ସପ୍ତାହ ସୁଦ୍ଧା କୋଭାକ୍ସିନକୁ ମିଳିପାରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଜରୁରୀକାଳୀନ ବ୍ୟବହାର ଅନୁମତି first appeared on Sambad.from କରୋନା | Sambad https://ift.tt/3AQAfZK
0 Comments