ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ପୁଣି ନୂଆ ୪୧,୩୮୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ୫୦୭ ଜଣଙ୍କର ମୃତ୍ୟୁ ଘଟିଛି। ଏ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

କେବଳ କେରଳରୁ ୧୭, ୪୮୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ମହାରାଷ୍ଟ୍ରରୁ ୧୬୫ ଜଣଙ୍କର ଦିନକ ମଧ୍ୟରେ କରୋନାରେ ମୃତ୍ୟୁ ଘଟିଛି।

 

ସବୁଠାରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଥିବା ରାଜ୍ୟଗୁଡ଼ିକ ମଧ୍ୟରେ ରହିଛି କେରଳ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ଓଡ଼ିଶା ଏବଂ ତାମିଲନାଡୁ। ଏହି ୫ଟି ରାଜ୍ୟରୁ ୭୭.୩ ପ୍ରତିଶତ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କେବଳ କେରଳରେ ସଂକ୍ରମିତଙ୍କ ହାର ରହିଛି ୪୨.୨୪ ପ୍ରତିଶତ।

 

The post ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ପୁଣି ନୂଆ ୪୧,୩୮୩ କରୋନା ଆକ୍ରାନ୍ତ ଚିହ୍ନଟ, ୫୦୭ ମୃତ first appeared on Sambad.

from କରୋନା | Sambad https://ift.tt/3kX3vIT