ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୯୪୮ ଜଣ ପଜିଟିଭ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ ୪୮୦

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୯୪୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି | ଏମାନଙ୍କ ମଧ୍ୟରୁ ୧୧୨୦ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବାବେଳେ ୮୨୮ ଜଣ ସ୍ଥାନୀୟ ସଂକ୍ରମଣରୁ ବୋଲି ଜଣାପଡିଛି | ସ୍ୱାସ୍ଥ୍ୟ ବିଭାଗର ସୂଚନା ମୁତାବକ ଅନୁଗୁଳରୁ ୮୫, ବାଲେଶ୍ୱରରୁ ୯୮, ବରଗଡରୁ ୧୭, ଭଦ୍ରକରୁ ୫୯, ବଲାଙ୍ଗୀରରୁ ୭, ବୌଦ୍ଧରୁ ୪, କଟକରୁ ୨୭୯, ଦେବଗଡରୁ ୫, ଢେଙ୍କାନାଳରୁ ୩୪, ଗଜପତିରୁ ୪, ଗଞ୍ଜାମରୁ ୬, ଜଗତସିଂହପୁରରୁ ୧୧୩, ଯାଜପୁରରୁ ୧୧୫, ଝାରସୁଗୁଡାରୁ ୬, କଳାହାଣ୍ଡିରୁ ୪, କନ୍ଧମାଳରୁ ୧୯, କେନ୍ଦ୍ରାପଡାରୁ ୧୧୨, କେଉଁଝରରୁ ୨୧, ଖୋର୍ଦ୍ଧାରୁ ୪୮୦, କୋରାପୁଟରୁ ୭, ମାଲକାନଗିରିରୁ ୨୪, ମୟୁରଭଞ୍ଜରୁ ୬୬, ନବରଙ୍ଗପୁରରୁ ୯, ନୟାଗଡରୁ ୮୮, ନୂଆପଡ଼ାରୁ ୨, ପୁରୀରୁ ୮୩, ରାୟଗଡ଼ାରୁ ୧୮, ସମ୍ବଲପୁରରୁ ୨୫, ସୋନପୁରରୁ ୧୨, ସୁନ୍ଦରଗଡ଼ରୁ ୪୭ ସହ ଷ୍ଟେଟପୁଲରୁ ୯୯ ଜଣ ଚିହ୍ନଟ ହୋଇଛନ୍ତି |


ସେହିପରି ସମୁଦାୟ ୧୫୩୫୭୭୭୧ଟି ଟେଷ୍ଟ କରାଯାଇଥିବାବେଳେ ସମୁଦାୟ ୯ ଲକ୍ଷ ୬୧ ହଜାର ୯୩୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି | ଏମାନଙ୍କ ମଧ୍ୟରୁ ୯ ଲକ୍ଷ ୩୬ ହଜାର ୯୫୦ ଜଣ ସୁସ୍ଥ ହୋଇଛନ୍ତି | ବର୍ତ୍ତମାନ ସୁଦ୍ଧା ୧୯୬୨୩ଟି ସକ୍ରିୟ ମାମଲା ରହିଛି |

The post ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୯୪୮ ଜଣ ପଜିଟିଭ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ ୪୮୦ first appeared on Sambad.

from କରୋନା | Sambad https://ift.tt/3iz7bh0

Post a Comment

0 Comments